ଓଡିଶା

odisha

ETV Bharat / city

ଘାତକ ସାଜୁଛି କୋରୋନା, ରେଡ଼ ଜୋନରେ 24 ଜିଲ୍ଲା - red zone

ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ଘଟିବାର ଲାଗିଛି । ଏପଟେ ରାଜ୍ୟରେ 24 ଜିଲ୍ଲା ଏବେ ରେଡ଼ ଜୋନରେ ରହିଛି । ଅଧିକ ପଢନ୍ତୁ...

ରେଡ଼ ଜୋନରେ 24 ଟି ଜିଲ୍ଲା
ରେଡ଼ ଜୋନରେ 24 ଟି ଜିଲ୍ଲା

By

Published : May 6, 2021, 4:19 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ଘଟିବାର ଲାଗିଛି । ଏପଟେ ରାଜ୍ୟରେ 24 ଜିଲ୍ଲା ଏବେ ରେଡ଼ ଜୋନରେ ରହିଛି ।

ରେଡ ଜୋନରେ ଥିବା ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ଼, ବୌଦ୍ଧ, ଅନୁଗୋଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ରାୟଗଡା, ନୂଆପଡା, ସୁବର୍ଣ୍ଣପୁର ।

ସେହିପରି ୟେଲୋ ଜୋନରେ ରହିଛି 5ଟି ଜିଲ୍ଲା । ସେଗୁଡିକ ହେଲା ଗଜପତି, କନ୍ଧମାଳ, କେନ୍ଦ୍ରାପଡା, ଢେଙ୍କାନାଳ, ଦେଓଗଡ । ସେହିପରି ଗ୍ରୀନ ଜୋନରେ ରହିଛି କେବଳ ମାଲକାନଗିରି ଜିଲ୍ଲା । ଅନ୍ୟପଟେ ରାଜ୍ୟରେ ସୁନ୍ଦରଗଡ ଓ ଖୋର୍ଦ୍ଧା ଜିଲ୍ଲାରେ 5 ହଜାରରୁ ଊର୍ଦ୍ଧ୍ବ ସକ୍ରିୟ ସଂକ୍ରମଣ ରହିଛି । ଅନ୍ୟପଟେ ଆଜି ରାଜ୍ୟରେ 5 ଲକ୍ଷ ଟପିଛି କୋରୋନା ସଂକ୍ରମଣ ସଂଖ୍ୟା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details