ଭୁବନେଶ୍ବର: ରାଜ୍ୟରେ କୋରୋନା ଗ୍ରାଫ ଏବେ ତଳ ମୁହାଁ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2334କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 1342 ଜଣ କ୍ବାରେଣ୍ଟାଇନରୁ ହୋଇଥିବା ବେଳେ 992ଟି ଲୋକାଲ କେସ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 37 ହଜାର 470ରେ ପହଞ୍ଚିଛି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 380ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
STATE CORONA: ଦିନକରେ 2334 ପଜିଟିଭ ଚିହ୍ନଟ - କୋରୋନା ନ୍ୟୁଜ
ତଳ ମୁହାଁ କୋରୋନା ଗ୍ରାଫ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2334 କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...
![STATE CORONA: ଦିନକରେ 2334 ପଜିଟିଭ ଚିହ୍ନଟ 2334 covid positive cases found in state](https://etvbharatimages.akamaized.net/etvbharat/prod-images/768-512-12412310-thumbnail-3x2-k.jpg)
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ 64, ବାଲେଶ୍ବରରୁ 164, ବରଗଡ଼ରୁ 17, ଭଦ୍ରକରୁ 121, ବଲାଙ୍ଗୀରରୁ 6, ବୌଦ୍ଧରୁ 13, କଟକରୁ 371, ଦେଓଗଡ଼ରୁ 5, ଢେଙ୍କାନାଳରୁ 34, ଗଜପତିରୁ 2, ଗଞ୍ଜାମରୁ 6, ଜଗତସିଂହପୁରରୁ 106, ଯାଜପୁରରୁ 179, ଝାରସୁଗୁଡ଼ାରୁ 6, କଳାହାଣ୍ଡିରୁ 9, କନ୍ଧମାଳରୁ 29, କେନ୍ଦ୍ରାପଡ଼ାରୁ 196, କେନ୍ଦୁଝରରୁ 51, କୋରାପୁଟରୁ 19, ମାଲକାନାଗିରିରୁ 13, ମୟୂରଭଞ୍ଜରୁ 104, ନବରଙ୍ଗପୁରରୁ 7, ନୟାଗଡ଼ରୁ 94, ନୂଆପଡ଼ାରୁ 3, ପୁରୀରୁ 106, ରାୟଗଡ଼ାରୁ 38, ସମ୍ବଲପୁରରୁ 21, ସୋନପୁରରୁ 12, ସୁନ୍ଦରଗଡ଼ରୁ 87, ଷ୍ଟେଟ ପୁଲ୍ରୁ 76 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ