ଓଡିଶା

odisha

ETV Bharat / city

ଜାନୁଆରୀ 23ରୁ ଲଢିବ କଂଗ୍ରେସ; ସଚେତନତା ପାଇଁ ‘ଗାଁକୁ ଚାଲ’ ଅଭିଯାନ - କେନ୍ଦ୍ର ସରକାର

ଜାନୁଆରୀ 23 ରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିବ କଂଗ୍ରେସ । କେନ୍ଦ୍ର ସରକାରଙ୍କ ବିରୋଧରେ ଆରମ୍ଭ କରିବ ଜନସଚେତନତା କାର୍ଯ୍ୟକ୍ରମ । ପଢନ୍ତୁ ସଂପୂ୍ର୍ଣ୍ଣ ଖବର...

congress fight to union govt
congress fight to union govt

By

Published : Jan 21, 2020, 8:54 PM IST

ଭୁବନେଶ୍ବର: ଜାନୁଆରୀ ୨୩ ରୁ ରାଜ୍ୟ କଂଗ୍ରେସ ଆରମ୍ଭ କରିବ ସଂଗ୍ରାମ । ସମ୍ବିଧାନ ପଠନ, ଲୋକଙ୍କୁ ସଚେତନ ମାଧ୍ୟମରେ ଦଳ କେନ୍ଦ୍ର ସରକାର ବିରୋଧରେ ଯୁଦ୍ଧ ଦେହିଂ ଡାକରା ଦେବ ।

ଜାନୁଆରୀ 23ରୁ ଲଢିବ କଂଗ୍ରେସ; ସଚେତନତା ପାଇଁ ଗାଁକୁ ଚାଲ ଅଭିଯାନ
କେନ୍ଦ୍ର ସରକାର ସମ୍ବିଧାନ ବିରୋଧୀ, ଧର୍ମ ନିରପେକ୍ଷତା ବିରୋଧୀ , ନାଗରିକ ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ଏହି ସଚେତନତା କାର୍ଯ୍ୟକ୍ରମ କରିବ ଦଳ ।

ନେତାଜୀ ଜୟନ୍ତୀ ଠାରୁ କଂଗ୍ରେସ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବ । ସମ୍ବିଧାନ ମୁଖବନ୍ଧକୁ ପଠନ କରି ଶପଥ ପାଠ କରିବ କଂଗ୍ରେସ। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଜନସାଧାରଣଙ୍କୁ ସଚେତନତା ପାଇଁ ଗାଁକୁ ଯିବ। ଜାନୁଆରୀ ୨୩ ତାରିଖରୁ ଗଣତନ୍ତ୍ର ବିରୋଧୀ, ସମ୍ବିଧାନ ବିରୋଧୀ ନାଗରିକ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ପ୍ରତ୍ୟାହାର ଦାବିରେ ଗାଁ ଗାଁ କୁ ଯିବେ କଂଗ୍ରେସ କର୍ମୀ ଓ ନେତା ।

ଏନେଇ ମଙ୍ଗଳବାର ଭୁବନେଶ୍ବର କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ରୁଦ୍ଧ ଦ୍ବାରା ବୈଠକ ବସିଥିଲା। ନିଷ୍ପତି ଅନୁସାରେ ଜାନୁଆରୀ ୨୩, ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଏବଂ ଜାନୁଆରୀ ୩୦ ଗାନ୍ଧିଜୀଙ୍କ ତିରୋଧାନ ତିଥିରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details