ଭୁବନେଶ୍ବର : ଆଜି ଠାରୁ ରାଜଧାନୀର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି 22 ତମ କଳିଙ୍ଗ ପୁସ୍ତକ ମେଳା । ଆସନ୍ତା 9 ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ଏହି ପୁସ୍ତକ ମେଳା । ପୁସ୍ତକ ମେଳା ପ୍ରତି ପାଠକଙ୍କ ଆଗ୍ରହ ବଢିବାରେ ଲାଗିଛି ।
ଭୁବନେଶ୍ବରରେ ଉଦଘାଟନ ହୋଇଯାଇଛି ପୁସ୍ତକ ମେଳା । ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ରମାକାନ୍ତ ରଥ ପ୍ରମୁଖ୍ ଅତିଥି ଭାବରେ ଯୋଗ ଦେଇଛନ୍ତି । ଚଳିତ ବର୍ଷ 200ରୁ ଊର୍ଦ୍ଧ୍ବ ପୁସ୍ତକ ଷ୍ଟଲ ଖୋଲାଯାଇଛି । ବିଭିନ୍ନ ପ୍ରକାରର ପୁସ୍ତକ ଗୁ଼ଡିକ ମେଳାରେ ଦେଖିବାକୁ ମିଳୁଛି ।