ଓଡିଶା

odisha

ETV Bharat / city

ଭୁବନେଶ୍ବର ଏମ୍ସରେ ECMO ଚିକିତ୍ସା ସଫଳ, ସୁସ୍ଥ ହେଲେ 22 ମାସର ଶିଶୁ

ଭୁବନେଶ୍ବର ଏମ୍ସରେ ଇକମୋ ଚିକିତ୍ସା ସଫଳ, ସୁସ୍ଥ ହେଲେ 22 ମାସର ଶିଶୁ । ଦୀର୍ଘ ଦିନ ଧରି ଶିଶୁ କନ୍ୟାଟି ଫୁସଫୁସ ରୋଗରେ ପୀଡିତ ଥିଲେ । ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ...

By

Published : Sep 18, 2021, 9:20 PM IST

ECMO treatement in bhubaneswar aims
ଭୁବନେଶ୍ବର ଏମ୍ସରେ ଇକମୋ ସିକିତ୍ସା ସଫଳ, ସୁସ୍ଥ ହେଲେ 22 ମାସର ଶିଶୁ

ଭୁବନେଶ୍ବର: ଏମ୍ସରେ ଇକମୋ ଚିକିତ୍ସା ସଫଳ, ସୁସ୍ଥ ହେଲେ 22 ମାସର ଶିଶୁ। ଦୀର୍ଘ ଦିନ ଧରି ଶିଶୁ କନ୍ୟାଟି ଫୁସଫୁସ ରୋଗରେ ପୀଡିତ ଥିଲେ । ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଘଟଣାକୁ ନେଇ ଭାରତରେ ବିରଳ ଏବଂ ଏହି ପଦ୍ଧତିରେ ସୁସ୍ଥ ହୋଇଥିବା ସବୁଠାରୁ ସାନ ପିଲା ।

ଏମ୍ସକୁ ଆଉ ଏକ ସଫଳତା । ଏମ୍ସରେ ଇକମୋରେ ସୁସ୍ଥ ହେଲା 22 ମାସର ଶିଶୁକନ୍ୟା । ଢେଙ୍କାନାଳର 22 ମାସର କୁନି ଝିଅ ଜୁନ୍ ମାସରେ ପରିବାର ସଦସ୍ୟଙ୍କ ସହ କୋଭିଡରେ ସଂକ୍ରମିତ ହୋଇଥିଲେ। ପରେ ମଧ୍ୟ ସୁସ୍ଥ ହୋଇଯାଇଥିଲେ ପରିବାର ସଦସ୍ୟ। ପରବର୍ତ୍ତୀ ସମୟରେ ପୁଣିଥରେ ଜୁଲାଇରେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ତାଙ୍କୁ ବିଭିନ୍ନ ଡାକ୍ତରଖାନା କଟକ ଏବଂ ଭୁବନେଶ୍ବରରେ ଭର୍ତ୍ତି କରାଯାଇଥିଲା | ତେବେ ଶିଶୁର ଅବସ୍ଥା ସୁଧୁରି ନ ଥିବାରୁ ତାଙ୍କୁ ଶେଷରେ ଏମ୍ସର ଶିଶୁ ବିଭାଗରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନଙ୍କର ଏକ ବିଶେଷଜ୍ଞ ଦଳ ଗଠନ ହେଲା ଏବଂ ECMO ସହାୟତା (ଆର୍ଟିଫିସିଆଲ୍ ଫୁସଫୁସ) ଉପରେ ରଖି ଫୁସଫୁସ ଧୋଇବା (ପୁରା ଫୁସଫୁସ ଲାଭେଜ୍) କରିବାକୁ ନିଷ୍ପତ୍ତି ନିଆଯାଇଥିଲା | ଏହି ଟିମରେ ଶିଶୁ ବିଭାଗର ଡାକ୍ତର ଓ ଅନନ୍ୟ ଡାକ୍ତର ମାନେ ସାମିଲ ରହିଥିଲେ।

ସୂଚନା ଅନୁଯାୟୀ, ଗତ ଜୁଲାଇ 21 ତାରିଖରେ କୋଭିଡ ସନ୍ଦେହରେ ଶିଶୁ କନ୍ୟା ଜଣଙ୍କୁ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। କିନ୍ତୁ ପରବର୍ତ୍ତି ସମୟରେ ତାଙ୍କର ନିମୋନିଆ ଥିବା ଜଣାପଡିଥିଲା। ଏସସିବିରେ ଚିକିତ୍ସା ପରେ ଘରକୁ ଫେରିଥିଲେ । ଚିକିତ୍ସାରେ କୌଣସି ଉନ୍ନତି ନଆସିବାରୁ ଏମ୍ସରେ ଭର୍ତ୍ତି କରିଥିଲେ। ଏମ୍ସରେ ଶିଶୁକନ୍ୟାଟିର ପ୍ରଥମେ ଡାଏଲିସିସ୍ ପରେ ଇକମୋ ଲଗାଯାଇଛି। ଏକ ସ୍ବତନ୍ତ୍ର ଡାକ୍ତରୀ ବିଶେଷଜ୍ଞ ଦଳ ଏହି ଚିକିତ୍ସା କରୁଛନ୍ତି। ଏମ୍ସ ଡାଇଗୋଷ୍ଟିକ କରି ଜାଣି ପାରିଥିଲା ଯେ ଶିଶୁ ଜଣକ ବିରଳ ଜିନେଟିକ୍ ରୋଗ ସହିତ ଫୁସ୍‌ଫୁସ୍ ଜନିତ ସମସ୍ୟାରେ ଆକ୍ରାନ୍ତ ଅଛନ୍ତି । ତାହାର ଫୁସ୍‌ଫୁସ୍‌ ଓ ଶ୍ଵାସନଳୀରେ କ୍ଷୀର ଜମା ହୋଇ ରହୁଥିଲା ।

ଯାହାଫଳରେ କନ୍ୟାଟି ନିଶ୍ଵାସ ଠିକ୍ ଭାବରେ ନେଇପାରୁନଥିଲା । ଏମ୍ସ ଡାକ୍ତରମାନେ ପ୍ରଥମ କନ୍ୟାର ଛାତିରୁ କଫ ଓ କ୍ଷୀରକୁ ବାହାର କରିଥିଲେ। କନ୍ୟାକୁ ଇକ୍‌ମୋ ଚିକିତ୍ସା ଦ୍ଵାରା ତା’ର ଫୁସ୍‌ଫୁସ୍‌କୁ ସଫା କରିବାକୁ ସହଜ ହେବ ବୋଲି ନିଷ୍ପତ୍ତି ନେଇଥିଲେ। ଏବେ ଏହି ଝିଅର ଅବସ୍ଥା ଆଶ୍ଚର୍ଯ୍ୟଜନକ ଭାବରେ ଉନ୍ନତ ହୋଇଥିଲା ଏବଂ ସେ 13 ସେପ୍ଟେମ୍ବରରେ ଦ୍ବିତୀୟ ପଦ୍ଧତିକୁ ଯାଇଥିଲେ, ଯାହା ଝିଅର ଅବସ୍ଥାକୁ ଆହୁରି ଉନ୍ନତ କରିଥିଲା ।

ଆଜି, ସେ ଏକ ଛୋଟ ସର୍ବନିମ୍ନ ଅମ୍ଳଜାନ ଆବଶ୍ୟକତା ସହିତ ଡିସଚାର୍ଜ ହୋଇଥିଲେ । ଏହାକୁ ନେଇ ଏମ୍ସର ନିର୍ଦ୍ଦେଶକ ପ୍ରଫେସର ବି. ଗୀତାଞ୍ଜଳି ଏବଂ ଶିଶୁ ବିଭାଗର ମୁଖ୍ୟ ଡକ୍ଟର ସମରେନ୍ଦ୍ର ମହାପାତ୍ରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି କଠିନ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ପାଇଁ ଆମ ଟିମ ଉପରେ ବିଶ୍ବାସ କରିଥିବାରୁ ଆମେ ପିତାମାତାଙ୍କୁ ଧନ୍ୟବାଦ ଦେଉଛୁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details