ଓଡିଶା

odisha

ETV Bharat / city

ରାଜ୍ୟରେ ଗୋଟିଏ ଦିନରେ 2138 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - 2138 ନୂଆ ଆକ୍ରନ୍ତ ଚିହ୍ନଟ

ରାଜ୍ୟରେ ଶୁକ୍ରବାର 2138 ନୂଆ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 1251 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 887 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଗୋଟିଏ ଦିନରେ 2138 ନୂଆ କୋରୋନା ଆକ୍ରନ୍ତ ଚିହ୍ନଟ
ରାଜ୍ୟରେ ଗୋଟିଏ ଦିନରେ 2138 ନୂଆ କୋରୋନା ଆକ୍ରନ୍ତ ଚିହ୍ନଟ

By

Published : Oct 16, 2020, 12:10 PM IST

ଭୁବନେଶ୍ବର: ଦେଶ ସମେତ ରାଜ୍ୟରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଏହି କ୍ରମରେ ରାଜ୍ୟରେ ଶୁକ୍ରବାର 2138 ନୂଆ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ୱାରେଣ୍ଟାଇନରୁ 1251 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 887 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଶୁକ୍ରବାର ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 361 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ 156, ଅନୁଗୋଳରେ 151, ବାଲେଶ୍ୱରରେ 57, ବରଗଡରେ 73, ଭଦ୍ରକରେ 47, ବଲାଙ୍ଗିରରେ 79, ବୌଦ୍ଧରେ 21, ଦେଓଗଡରେ 9, ଢେଙ୍କାନାଳରେ 38, ଗଜପତିରେ 8, ଗଞ୍ଜାମରେ 18, ଜଗତସିଂହପୁରରେ 55, ଯାଜପୁରରେ 71, ଝାରସୁଗୁଡ଼ାରେ 55, କଳାହାଣ୍ଡିରେ 51, କନ୍ଧମାଳରେ 24, କେନ୍ଦ୍ରାପଡାରେ 72, କେନ୍ଦୁଝରରେ 46, କୋରାପୁଟରେ 38, ମାଲକାନଗିରିରେ 55, ମୟୂରଭଞ୍ଜରେ 119, ନବରଙ୍ଗପୁରରେ 21, ନୟାଗଡରେ 31 , ନୂଆପଡାରେ 41, ପୁରୀରେ 73, ରାୟଗଡାରେ 35, ସମ୍ବଲପୁରରେ 53, ସୋନପୁରରେ 80, ସୁନ୍ଦରଗଡରେ 137 ଏବଂ ଷ୍ଟେଟ ପୁଲରୁ 62 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାବତ୍ ମୋଟ ଆକ୍ରାନ୍ତ ସଂଖ୍ୟା 2 ଲକ୍ଷ 64 ହଜାର 149 ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2ଲକ୍ଷ 38 ହଜାର 535 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 24, 457 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ 39 ଲକ୍ଷ 59 ହଜାର 712ଟି ଟେଷ୍ଟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details