ଓଡିଶା

odisha

ETV Bharat / city

ଆଜି ରାଜ୍ୟରେ 210 କୋରୋନା ସଂକ୍ରମିତ, ସର୍ବାଧିକ ଖୋର୍ଦ୍ଧାରୁ ଚିହ୍ନଟ

କୋରୋନାର କର ଲେଉଟାଣି ଏବେ ଅଧିକ ଘାତକ ହେବାରେ ଲାଗିଛି । ଗତ ତିନି ଧରି ରାଜ୍ୟରେ 200ରୁ ଅଧିକ ଆକ୍ରାନ୍ତ ହେଉଛନ୍ତି । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ 210 କୋରୋନା ସଂକ୍ରମିତ
ଆଜି ରାଜ୍ୟରୁ 210 କୋରୋନା ସଂକ୍ରମିତ

By

Published : Mar 27, 2021, 12:05 PM IST

ଭୁବନେଶ୍ବର: ରାଜ୍ୟରେ ପୁଣି ଘାତକ ହେଉଛି କୋରୋନା ସଂକ୍ରମଣ । ଗତ ତିନି ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା 2 ଶହ ଚିହ୍ନଟ ହେଉଛନ୍ତି । ଗତ 24 ଘଣ୍ଟାରେ ପୁଣି 210 ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । କ୍ବାରେଣ୍ଟାଇନରେ ରହିଥିବା 124 ଜଣଙ୍କ ରିପୋର୍ଟ ପଜିଟିଭ ରହିଥିବାବେଳେ ସ୍ଥାନୀୟ ଅଞ୍ଚଳରୁ 86 ଜଣ ବାହାରିଛନ୍ତି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା 14 49 ରହିଛି ।

ଆଜି ରାଜ୍ୟରୁ 210 କୋରୋନା ସଂକ୍ରମିତ

ଆଜି 21ଟି ଜିଲ୍ଲାରୁ କୋରୋନା ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 51 ଜଣ କୋରୋନାରେ ଆକ୍ରାନ୍ତ ବାହାରିଛନ୍ତି । ନୂଆପଡାରୁ 23, କଳାହାଣ୍ଡିରୁ 12, ବଲାଙ୍ଗୀରରୁ 12, କଟକରୁ 19, ସମ୍ବଲପୁର 11, ସୁନ୍ଦରଗଡରୁ 12ଟି ପଜିଟିଭ କେସ ଚିହ୍ନଟ ହୋଇଛି ।

ଆଜି ରାଜ୍ୟରୁ 210 କୋରୋନା ସଂକ୍ରମିତ

ସେହିପରି ଅନୁଗୋଳରୁ 1, ବାଲେଶ୍ବରରୁ 6, ବରଗଡ 8, ଢେଙ୍କାନାଳ 1, ଗଞ୍ଜାମ 3, ଜୟପୁର 8, ଝାରସୁଗୁଡା 4, କେନ୍ଦ୍ରାପଡା 2, କେନ୍ଦୁଝର 1, ମୟୂରଭଞ୍ଜ 8, ନବରଙ୍ଗପୁର 1, ନୟାଗଡ 2, ପୁରୀ 5, ରାୟଗଡାରୁ 2 ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସେହିପରି ରାଜ୍ୟର ଷ୍ଟେଟ ପୁଲ 12 ରହିଛି । ଆଜିର କୋରୋନା ରିପୋର୍ଟ ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 33, 9904ରେ ପହଞ୍ଚିଛି । ସୂଚନାଯୋଗ୍ୟ, ଗତ ଗୁରୁବାର ରାଜ୍ୟରେ କୋରୋନା ସଂକ୍ରମଣ 200 ଉପରେ ରହିଥିଲା । ଶୁକ୍ରବାର 234 ଆକ୍ରାନ୍ତ ହୋଇଥିଲେ ।

ଆଜି ରାଜ୍ୟରୁ 210 କୋରୋନା ସଂକ୍ରମିତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details