ଓଡିଶା

odisha

ETV Bharat / city

ପଞ୍ଚାୟତିରାଜ ବିଭାଗରେ ଯୋଗଦେଲେ 210 ସହକାରୀ ଯନ୍ତ୍ରୀ: ନବୀନ ଦେଲେ 5ଟି ମନ୍ତ୍ର - ପଞ୍ଚାୟତିରାଜ ବିଭାଗରେ ଯୋଗଦେଲେ 210 ସହକାରୀ ଯନ୍ତ୍ରୀ

ପଞ୍ଚାୟତିରାଜ ବିଭାଗରେ ସୋମବାର ଯୋଗ ଦେଇଛନ୍ତି 210 ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ । ବିଭାଗରେ ନୂଆ କ୍ୟାଡର ତିଆରି ପରେ ପ୍ରଥମ ବ୍ୟାଚର ଏହି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ଅଧିକ ପଢନ୍ତୁ

ପଞ୍ଚାୟତିରାଜ ବିଭାଗରେ ଯୋଗଦେଲେ 210 ସହକାରୀ ଯନ୍ତ୍ରୀ; ନବୀନ ଦେଲେ 5ଟି ମନ୍ତ୍ର
ପଞ୍ଚାୟତିରାଜ ବିଭାଗରେ ଯୋଗଦେଲେ 210 ସହକାରୀ ଯନ୍ତ୍ରୀ; ନବୀନ ଦେଲେ 5ଟି ମନ୍ତ୍ର

By

Published : Jan 10, 2022, 9:00 PM IST

ଭୁବନେଶ୍ବର:ପଞ୍ଚାୟତିରାଜ ବିଭାଗରେ ଆଜି (ସୋମବାର) ଯୋଗ ଦେଇଛନ୍ତି 210 ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ । ବିଭାଗରେ ନୂଆ କ୍ୟାଡର ତିଆରି ପରେ ପ୍ରଥମ ବ୍ୟାଚର ଏହି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ଆୟୋଜନ କରାଯାଇଛି ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ । ଗ୍ରାମୀଣ ଗୃହ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ଦୁଇଟି ଫ୍ଲାଗସିପ୍ ଯୋଜନା । ଏହା ସହ ଗାଁର ସମସ୍ତ କଚ୍ଚାଘରକୁ ପକ୍କାଘର କରିବା ନେଇ ଡେଡଲାଇନ ସ୍ଥିର କରାଯାଇଛି । ସେହିପରି ପ୍ରତିଘରକୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ 2024 ଟାର୍ଗେଟ ଦିଆଯାଇଛି ।

ପଞ୍ଚାୟତିରାଜ ବିଭାଗରେ ଯୋଗଦେଲେ 210 ସହକାରୀ ଯନ୍ତ୍ରୀ; ନବୀନ ଦେଲେ 5ଟି ମନ୍ତ୍ର

ପଞ୍ଚାୟତସ୍ତରରେ ମାନବ ସମ୍ବଳ ବିକାଶ ନିଯୁକ୍ତିକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଆଜିର ନିଯୁକ୍ତି ସରକାରଙ୍କ ଫ୍ଲାଗସିପ ଯୋଜନାକୁ ଆହୁର ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ କରିବା ସହ ଗରିବଙ୍କୁ ସରକାରୀ ଯୋଜନାର ଫାଇଦା ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ନବନିଯୁକ୍ତ ସମସ୍ତ ଇଂଜିନିୟର ନିଜର ଉଦ୍ୟମ ଦ୍ୱାରା ଏହି ଯୋଜନାର ସଫଳ ରୂପାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ଲୋକଙ୍କ ପାଇଁ ସରକାର । ତେଣୁ ସେମାନଙ୍କ ପାଇଁ ପେଶାଦାର ଭାବେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏଥିସହିତ କର୍ମଚାରୀଙ୍କୁ ୫-ଟି ମନ୍ତ୍ରକୁ ଆପଣାଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ନଗର ଉନ୍ନୟନ ମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ଭାବରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5-ଟି ସଚିବ ଭି.କେ ପାଣ୍ଡିଆନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା ସ୍ୱାଗତ ଭାଷଣ ଦେଇଥିବାବେଳେ ବିଭାଗୀୟ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details