ଓଡିଶା

odisha

ETV Bharat / city

ଫନିରେ ନଷ୍ଟ ହୋଇଛି 21 ଲକ୍ଷ 90 ହଜାର ଗଛ: ଆରୁଖ

ଫନି ବିଧାରେ ପ୍ରାୟ 21 ଲକ୍ଷ 90 ହଜାର ଗଛ ଉପୁଡି ପଡିଥିବା ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

By

Published : Jul 2, 2019, 2:34 PM IST

ଭୁବନେଶ୍ବର: ବିଧାନସଭାରେ ଉଠିଲା ଫନି ବାତ୍ୟାରେ ନଷ୍ଟ ହୋଇଥିବା ବୃକ୍ଷ ପ୍ରସଙ୍ଗ । ଫନି ବିଧାରେ ପ୍ରାୟ 21 ଲକ୍ଷ 90 ହଜାର ଗଛ ଉପୁଡି ପଡିଥିବା ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ପ୍ରଳୟଙ୍କରୀ ଫୋନି ମାଡରେ ମାଟିରେ ଟଳି ପଡିଥିବା ଗଛର କ୍ଷତି ଭରଣ କରି ପୁଣି ରାଜ୍ୟକୁ ସବୁଜ ସୁନ୍ଦର କରି ଗଢି ତୋଳିବାକୁ 2019-20 ବର୍ଷରେ 12 ହଜାର କୋଟି ବୃକ୍ଷ ଲଗାଯିବ ବୋଲି ବିକ୍ରମ କେଶରୀ ଆରୁଖ କହିଛନ୍ତି ।

ଏହାସହ 1 ଲକ୍ଷ 50 ହଜାର କୋଟି ଚାରା ବିନା ମୂଲ୍ୟରେ ଦିଆଯିବ । ଫନି ବାତ୍ୟାରେ 21 ଲକ୍ଷ 90 ହଜାର ନଷ୍ଟ ହୋଇଛି । 2 ଲକ୍ଷ 5 ହଜାର 21 ଗଛ ସହରାଞ୍ଚଳରେ ନଷ୍ଟ ହୋଇଥିବାବେଳେ ଜଙ୍ଗଲ ଓ ଅଭୟାରଣ୍ୟରେ 9 ଲକ୍ଷ, ବାହାରେ 5 ଲକ୍ଷ ଓ ଅନ୍ୟ ଅଞ୍ଚଳରରେ ପ୍ରାୟ 7 ଲକ୍ଷ 90 ହଜାର ଗଛ ନଷ୍ଟ ହୋଇଛି ।

ଜଟଣୀରେ 3, 473 ଖୋର୍ଦ୍ଧାରେ 4ହଜାର 96, ପୁରୀରେ 39 ହଜାର 459, ଭୁବନେଶ୍ୱର 1 ଲକ୍ଷ 2 ହଜାର 883 ଓ କଟକରେ 17, 691 ଗଛ ନଷ୍ଟ ହୋଇଛି । ମୋଟ 1, 73, 957 ଗଛ ନଷ୍ଟ ହୋଇଥିବା ଗୃହରେ ରିପୋର୍ଟ ଦେଇଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details