ଓଡିଶା

odisha

ପୁଅ ଓ ସ୍ବାମୀର ସମ୍ମାନରେ ଗର୍ବିତ ଶହୀଦ ପରିବାର

By

Published : Jul 26, 2019, 2:42 PM IST

କାରଗିଲ ବିଜୟ ଦିବସର 20ତମ ବାର୍ଷିକ ପାଳୁଛି ସାରା ଦେଶ । ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଇ ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରେ ଥିବା 3 ଓଡିଆ ଯବାନଙ୍କୁ ସମ୍ମାନିତ କରାଯାଇଛି । ଶହୀଦ ପୁଅ ଓ ସ୍ବାମୀର ସମ୍ମାନରେ ସମ୍ମାନିତ ହୋଇ ଆଜି ଗର୍ବିତ ମା ଓ ପତ୍ନୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କାରଗିଲ ବିଜୟକୁ ପୂରିଛି 20 ବର୍ଷ । ଭାରତ ପିଠିରେ ଛୁରା ମାରିବାକୁ ପ୍ରୟାସ କରୁଥିବା ପାକକୁ ଆଜି ଭଳି ଦିନରେ ମୁହଁ ତୋଡ ଜବାବ ଦେଇ ଯୁଦ୍ଧର ଅନ୍ତ କରିଥିଲା ଭାରତୀୟ ସେନା । 1999 ମେ 3 ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ 60 ଦିନ ଧରି ଚାଲିବା ପରେ ଜୁଲାଇ 26ରେ ଶେଷ ହୋଇଥିଲା । ଯାହାର 20ତମ ବାର୍ଷିକୀ ଆଜି ପାଳନ କରୁଛି ସାରା ଦେଶ । ଏହି ଅବସରରେ ନିଜ ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଇଥିବା 3 ଓଡିଆ ଯବାନଙ୍କ ଶହୀଦ ପରିବାରକୁ ଭୁବନେଶ୍ବର ସ୍ଥିତ 120 ବାଟାଲିୟନରେ ସମ୍ମାନିତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶହୀଦ ସିଗନାଲ ମ୍ୟାନ ମାନସ ରଞ୍ଜନ ସାହୁ, ନାଏବ ସୁବେଦାର ଗୁଣନିଧି ପଣ୍ଡାଙ୍କ ପତ୍ନୀ ଓ ବୀର ଶହୀଦ ସଚ୍ଚିଦାନନ୍ଦଙ୍କ ପତ୍ନୀଙ୍କୁ ଭେଟିଥିଲେ ଇଟିଭି ଭାରତ ସମ୍ବାଦଦାତା । ଦିନେ ପୁଅ ଓ ସ୍ବାମୀର ଶହୀଦରେ ଦୁଃଖିତ ଥିବା ମା ଏବଂ ପତ୍ନୀ ଆଜି ଗର୍ବିତ । ଆଜି ଭଳି ସ୍ମରଣୀୟ ଦିନରେ ପୁଅ ଓ ସ୍ବାମୀର ତ୍ୟାଗ ଓ ବଳିଦାନର ସମ୍ମାନରେ ସମ୍ମାନିତ ପରିବାର । ନିଜ ଆତ୍ମୀୟଙ୍କୁ ହରାଇବା ପରେ ସଂଘର୍ଷମୟ ଜୀବନ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ସେମାନଙ୍କ ପାଇଁ ଗର୍ବିତ ଥିବା କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details