ଓଡିଶା

odisha

ETV Bharat / city

Covid Recovery Report: ସୁସ୍ଥ ହେଲେ ୨୦୫ କୋଭିଡ ସଂକ୍ରମିତ

ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୦୫ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୫୦୫ କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Covid Recovery Report: ସୁସ୍ଥ ହେଲେ  ୨୦୫ କୋଭିଡ ସଂକ୍ରମିତ
Covid Recovery Report: ସୁସ୍ଥ ହେଲେ ୨୦୫ କୋଭିଡ ସଂକ୍ରମିତ

By

Published : Nov 14, 2021, 9:40 PM IST

ଭୁବନେଶ୍ବର:ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ରବିବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୦୫ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୫୦୫ କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୫୯ ଆକ୍ରାନ୍ତ । ଖୋର୍ଦ୍ଧା ପରେ ଭଦ୍ରକରୁ ୫୯ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।

ସେହିପରି ସମ୍ବଲପୁରରୁ ୨୧, କଟକରୁ ୧୬, ବାଲେଶ୍ବରରୁ ୧୩, ଯାଜପୁରରୁ ୮, ବଲାଙ୍ଗୀରରୁ ୭ ଓ ଜଗତସିଂହପୁରରୁ ୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି କେନ୍ଦ୍ରାପଡାରୁ ୬, ସୁନ୍ଦରଗଡରୁ ୬, ମାଲକାନଗିରିରୁ ୫ ଓ ମୟୂରଭଞ୍ଜରୁ ୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।ରାୟଗଡାରୁ ୪, ଗଞ୍ଜାମରୁ ୩, ପୁରୀରୁ ୩, ବରଗଡରୁ ୨, ଝାରସୁଗୁଡାରୁ ୨, ଦେବଗଡରୁ ୧, କୋରାପୁଟରୁ ୧ ଓ ସୋନପୁରରୁ ଜଣେ ସୁସ୍ଥ ହୋଇଛନ୍ତି । ଷ୍ଟେଟ ପୁଲ ସୁସ୍ଥ ସଂଖ୍ୟା ୧୪ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details