ଓଡିଶା

odisha

ETV Bharat / city

ରେଳ ବଜେଟରେ ଓଡିଶାକୁ ହୋଇଛି ଅଣଦେଖା: ପ୍ରସନ୍ନ ଆଚାର୍ଯ୍ୟ - bjd

ପୂର୍ବବର୍ଷ ତୁଳନାରେ ପୂର୍ବତଟ ରେଳବାଇକୁ ଚଳିତ ବଜେଟରେ ଦିଆଯାଇଥିବା ପାଣ୍ଠିକୁ ନେଇ ଅସନ୍ତୁଷ୍ଟ ବିଜେଡି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଦଳର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

2020-rail-budget-central-government-neglected-odisha-mp-prasanna-acharya
ରେଳ ବଜେଟରେ ଓଡିଶାକୁ ଅଣଦେଖା: ପ୍ରସନ୍ନ ଆଚାର୍ଯ୍ୟ

By

Published : Feb 5, 2020, 9:02 PM IST

ଭୁବନେଶ୍ବର: ୨୦୨୦-୨୧ ଆର୍ଥିକ ବର୍ଷ ରେଳ ବଜେଟରେ ଓଡିଶାକୁ ଆବଣ୍ଟିତ ରାଶି ହ୍ରାସ ପାଇଛି । ୨୦୧୯-୨୦ ମସିହା ତୁଳନାରେ ପୂର୍ବତଟ ରେଳବାଇକୁ ପ୍ରାୟ ୧୬୨୦କୋଟି ଟଙ୍କାର କମ୍ ପାଣ୍ଠି ମିଳିଛି। ଏଥିପାଇଁ ବିଜେଡି ରାଜ୍ୟସଭା ସାସଂଦ ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଜେଡି ସାଂସଦ ଆଚାର୍ଯ୍ୟ କହିଛନ୍ତି, ‘ରେଳ ପାଇଁ ଓଡିଶାକୁ ଯେତିକି ମିଳିଛି ତା ଠାରୁ ଆମେ ଅଧିକ ଅନୁଦାନ ମାଗିଥିଲୁ l ବଜେଟ ପୂର୍ବରୁ ରେଲୱେ ପାଇଁ ମୁଖ୍ୟମନ୍ତ୍ରୀ ବହୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ହେଲେ ହେଲେ ଏବେ ରେଳ ବଜେଟକୁ ସାଧାରଣ ବଜେଟରେ ସହ ମିଶାଇ ଆଗତ କରାଯାଥିବାରୁ କିଛି ସ୍ବତନ୍ତ୍ର ପ୍ରକଳ୍ପ ହୋଇ ପାରୁନାହିଁ l

ରେଳ ବଜେଟରେ ଓଡିଶାକୁ ଅଣଦେଖା: ପ୍ରସନ୍ନ ଆଚାର୍ଯ୍ୟ

ଯେବେ ରେଳବାଇ ପାଇଁ ଅର୍ଥ ମିଳୁଛି ସେତେବେଳେ ବିଭାଗ ଓ କେନ୍ଦ୍ର ସରକାର ଟଙ୍କାକୁ ଖର୍ଚ୍ଚ କରି ପାରୁନାହାଁନ୍ତି l ଫଳରେ ଓଡିଶାକୁ ସେହି ଅନୁଦାନରେ ଲାଭ ମିଳିନାହିଁ l ପ୍ରସ୍ତାବିତ ଅଧପନ୍ତରିଆ ରେଲୱେ କାମ ତୁରନ୍ତ ସାରିବାକୁ ନିବେଦନ କରିଛନ୍ତି ସେ ।

ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ମୋଟ ପ୍ରକଳ୍ପ ବ୍ୟୟ ଅଟକଳ ୫୯୯୩ କୋଟି ଟଙ୍କା ରହିଛି । ହେଲେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ ମାତ୍ର ୪୩୭୩ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟ ଅଟକଳ କରାଯାଇଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details