ଓଡିଶା

odisha

ETV Bharat / city

ଖୁବଶୀଘ୍ର ପ୍ରକାଶ ପାଇବ ୨୦୨୦ ମସିହା OAS ପରୀକ୍ଷା ଫଳ - ପ୍ରକାଶ ପାଇବ ୨୦୨୦ ମସିହା ଓସିଏସ ପରୀକ୍ଷା ଫଳ

ପ୍ରକାଶ ପାଇବ 2020 ବର୍ଷର ଓସିଏସ ପରୀକ୍ଷା ଫଳ(2020 OCS examination result to declare ) । ଚଳିତ ସପ୍ତାହ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ । ଅଧିକ ପଢ଼ନ୍ତୁ

2020 OCS examination result to declare soon said chairmen of OPSC
ପ୍ରକାଶ ପାଇବ ୨୦୨୦ ମସିହା ଓସିଏସ ପରୀକ୍ଷା ଫଳ

By

Published : Sep 7, 2022, 9:15 PM IST

କଟକ: ପ୍ରକାଶ ପାଇବ 2020 ବର୍ଷର ଓସିଏସ ପରୀକ୍ଷା ଫଳ । ଚଳିତ ସପ୍ତାହ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ (2020 OCS examination result to declare )। ସେପ୍ଟେମ୍ବର ମାସ ତୃତୀୟ ସପ୍ତାହରେ ଆରମ୍ଭ ହେବ ସାକ୍ଷାତକାର ପର୍ଯ୍ୟାୟ ଏହାକୁ ନେଇ OPSC ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଟ୍ବିଟ୍‌ କରି ସୂଚନା ପ୍ରଦାନ କରିଛନ୍ତି ।

ସତ୍ୟଜିତ ମହାନ୍ତି ଟ୍ବିଟ୍‌ କରି କହିଛନ୍ତି, "୨୦୨୦ ଓସିଏସ୍‌ ପରୀକ୍ଷା ଚଳିତ ସପ୍ତାହ ଶେଷ ସୁଦ୍ଧା ପ୍ରକାଶ ପାଇପାରେ । ଚଳିତ ମାସ ତୃତୀୟ ସପ୍ତାହ ସୁଦ୍ଧା ସକ୍ଷାତାକାର ପର୍ଯ୍ୟାୟ ଆରମ୍ଭ ହେବ । ଅଧିକ ସୂଚନା ପାଇଁ ଆଶାୟୀମାନେ ୱେବସାଇଟ୍‌ରେ ଲଗ୍‌ ଅନ୍‌ କରି ପାରିବେ। ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ।"

ଓସିଏସ୍‌ ପରୀକ୍ଷାରେ ବିଳମ୍ବ ନେଇ ବାରମ୍ବାର ଆଶାୟୀ ଅଭିଯୋଗ କରି ଆସିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୦୨୦ ଓସିଏସ୍‌ ରେଜଲ୍ଟ ବାହାରି ନଥିବା ବେଳେ ଅକ୍ଟୋବର ୧୬ ତାରିଖରେ ୨୦୨୧-୨୨ ବର୍ଷର ଓସିଏସ ପ୍ରିଲିମ୍‌ ପରୀକ୍ଷା ହେବ । ତେବେ ବିଳମ୍ବିତ ପରୀକ୍ଷାକୁ ନେଇ ସବୁବେଳେ ଆଶା ଆଶଙ୍କାରେ ରହି ଆସୁଛନ୍ତି ଆଶାୟୀ । ଏହାକୁ ନେଇ ବାରମ୍ବାର ବିଭିନ୍ନ ଫୋରମ୍‌ରେ ଅଭଯୋଗ କରାଯାଇଥିଲେ ସୁଦ୍ଧା କିଛି ଲାଭ ହେଉନାହିଁ ।

ପ୍ରଥମେ ୨୦୨୧-୨୨ ବର୍ଷର OCS ପରୀକ୍ଷା ପାଇଁ ଗତ ଜାନୁଆରୀ ମାସରେ ବିଜ୍ଞପ୍ତ ଜାରି ହୋଇଥିଲା । 2021 ଅଗଷ୍ଟ ୨୭ ତାରିଖରେ ୨୦୨୦ ଓସିଏସ୍‌ ପରୀକ୍ଷାର ପ୍ରିଲିମ୍‌ ଫଳ ପ୍ରକାଶିତ ହୋଇଥିଲା । ଯାହା ଫଳରେ ମୋଟ ୪୭୫୪ ଆଶାୟୀ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏହି ଲିଖିତ ପରୀକ୍ଷା ଦେଇଥିବା ଆଶାୟୀଙ୍କ ଭାଗ୍ୟ ଚଳିତ ସପ୍ତାହରେ ନିର୍ଦ୍ଧାରିତ ହେବ । ଏହାପରେ ଆରମ୍ଭ ହେବ ସାକ୍ଷାତକାର(Interview) ପର୍ଯ୍ୟାୟ ।

ABOUT THE AUTHOR

...view details