ଭୁବନେଶ୍ବର: ରେଳ ବଜେଟରେ ଓଡିଶାକୁ ଏଥର ମିଳିଲା କମ ଅର୍ଥ। 1620 କୋଟି ଟଙ୍କା କମ ମିଳିଛି। ଗତବର୍ଷ ଓଡିଶାକୁ 5993 କୋଟି ଟଙ୍କା ମିଳିଥିଲା। ଏଥର 4373 କୋଟି ଓଡିଶା ଭାଗରେ ପଡିଛି।
ରେଳ ବଜେଟ, ଗତବର୍ଷ ଠାରୁ କମ ପାଇଲା ଓଡ଼ିଶା - 2020 budget
17:52 February 05
ରେଳ ବଜେଟରେ ଏଥର ଓଡିଶାକୁ ମିଳିଲା କମ ଅର୍ଥ। 1620 କୋଟି ଟଙ୍କା କମ ମିଳିଛି । ଗତବର୍ଷ ଓଡିଶାକୁ 5993 କୋଟି ଟଙ୍କା ମିଳିଥିଲା।
ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ମୋଟ 4373 କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ଯେଉଁଥିରେ ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ 98 କିଲୋମିଟର ନୂଆ ଲାଇନ ପାଇଁ 450 କୋଟି ଟଙ୍କା ରହିଛି। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ 289 କିଲୋମିଟର ନୂଆ ଲାଇନ ପାଇଁ 520 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ସେହିପରି 182 କିମି ବିଶିଷ୍ଟ ସମ୍ବଲପୁର-ଟିଟିଲାଗଡ଼ ରେଳପଥର ଦୋହରିକରଣ ପାଇଁ 382 କୋଟି, 264 କିମି ବିଶିଷ୍ଟ ଟିଟିଲାଗଡ଼-ବିଜୟନଗରମ ରେଳପଥର ତୃତୀୟ ଲାଇନ 380 କୋଟି, 174 କିମି ବିଶିଷ୍ଟ ସମ୍ବଲପୁର-ତାଳଚେର ରେଳପଥର ଦୋହରିକରଣ ପାଇଁ 292 କୋଟି, ତାଳଚେର-ବିମଲାଗଡ଼ ରେଳପଥ ପାଇଁ 140 କୋଟି ବ୍ୟୟବରାଦ କରାଯାଇଛି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ