ଭୁବନେଶ୍ବର: 2020-21 ଅର୍ଥନୈତିକ ସର୍ଭେ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ । 2020-21 ରାଜ୍ୟର ମୁଣ୍ଡପିଛା ଆୟ 1,02,156 ଟଙ୍କାକୁ ହ୍ରାସ ପାଇଛି । ଯାହାକି 2019-20 ରେ 1,04,566 ଟଙ୍କା ଥିଲା । ସେହିଭଳି 2020-21 ରେ ଓଡିଶାର ପ୍ରକୃତ GSDP -4.92 ପ୍ରତିଶତ ସଙ୍କୁଚିତ ହେବ ବୋଲି ଆକଳନ ହୋଇଛି । ତେବେ ଜାତୀୟ ଅଭିବୃଦ୍ଧି ସଂକୋଚନ ଠାରୁ ଓଡିଶାର ସଂକୋଚନ କମ ରହିଛି ।
ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ, 2.30 % କମିଛି ମୁଣ୍ଡପିଛା ଆୟ - ଓଡିଶା ଜିଡିପି
18:21 February 20
ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । 2020-21 ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡ ପିଛା ଆୟ 4.92 ପ୍ରତିଶତକୁ ସଙ୍କୁଚିତ ହେବ । ସେହିପରି କମିଛି ମୁଣ୍ଡପିଛା ଆୟ । ଅଧିକ ପଢନ୍ତୁ..
ଅର୍ଥନୀତି ଉପରେ କୋଭିଡର ଜୋରଦାର ପ୍ରଭାବ ପଡିଛି । ଫଳରେ ରାଜ୍ୟର ଅର୍ଥନୀତି ସଂକୁଚିତ ହେବା ଆଶଙ୍କା ଘାରିଛି । 2012-13 ରୁ 2019-20 ମଧ୍ୟରେ ଓଡ଼ିଶାର ଅର୍ଥନୀତି ହାରାହାରୀ ବାର୍ଷିକ 7.1 ପ୍ରତିଶତ ହାରରେ ବୃଦ୍ଧି ପାଇଥିବା ବେଳେ ଜାତୀୟ ହାର 6.6 ପ୍ରତିଶତ ଥିଲା ।
ସେହିଭଳି 2020-21 ରେ ଦେଶର ଜିଏସଡିପି - 7.7 ପ୍ରତିଶତ ରହିବା ନେଇ ଆକଳନ କରାଯାଇ ଥିବାବେଳେ ଓଡିଶର ଜିଏସଡିପି -4.92 ରହିପାରେ ବୋଲି ଅନୁମାନ ଅଛି ।
ଅନ୍ୟପଟେ ଗତବର୍ଷ ତୁଳନାରେ ମୁଣ୍ଡପିଛ ଆୟ 2410 ଟଙ୍କା (2.30 ପ୍ରତିଶତ ) କମିଛି । 2011-12 ରେ ଓଡ଼ିଶାର ମୁଣ୍ଡପିଛା ଆୟ 48 ହଜାର 499 ଥିଲା । 2019-20 ରେ 1 ଲକ୍ଷ 4 ହଜାର 566 ହୋଇଥିଲା । ଚଳିତ ବର୍ଷ ହ୍ରାସ ପାଇ ଏହା 1 ଲକ୍ଷ 2 ହଜାର 156 ପହଞ୍ଚିଛି । ରାଜ୍ୟର ମୁଣ୍ଡପିଛ ଆୟ ଗତବର୍ଷ ତୁଳନାରେ 2. 3 ପ୍ରତିଶତ ହ୍ରାସ ହୋଇଛି ।
ଭୁବନେଶ୍ବରରୁ ତପନ ଦାସ , ଇଟିଭି ଭାରତ