ଖୋର୍ଦ୍ଧା: ପୁଣି ଆଇଆଇଟି ଛାତ୍ର କୋରୋନା ପଜିଟିଭ୍ ଚିହ୍ନଟ । ଜଟଣୀ ଅରୁଗୁଳସ୍ଥିତ ଆଇଆଇଟି କ୍ୟାମ୍ପସରୁ ନୂଆ 2 ଜଣ ଛାତ୍ର କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।
ଗତ 22 ତାରିଖରେ ଅନୁଷ୍ଠାନରୁ 8 ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଫଳରେ ଅନ୍ୟ ଛାତ୍ରମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା । ପରେ ଗତକାଲି(ଶନିବାର) 45 ଜଣଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମଣଙ୍କୁ ମିଶାଇ କ୍ୟାମ୍ପସରୁ ମୋଟ 10 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।