ଓଡିଶା

odisha

ETV Bharat / city

କମିଶନରେଟ ପୋଲିସକୁ ନାଲି ଆଖି, ମେଡିସିନ ଦୋକାନରେ ଦୁବୃର୍ତ୍ତଙ୍କ ଗୁଣ୍ଡାଗିରି

ମେଡିସିନ ଦୋକାନରେ ଦୁବୃର୍ତ୍ତ ମଚାଇଲେ ଆତଙ୍କର ଭୟ। ରାତି ଅଧରେ ମେଡିସିନ ଦୋକାନ ଓ ମାଲିକ ଉପରକୁ କଲେ ମରଣାନ୍ତକ ଆକ୍ରମଣ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଛି। ଅଧିକ ଖବର ପଢନ୍ତୁ...

By

Published : Jan 20, 2020, 1:57 PM IST

Miscreant attacked a medicine store near aims
କମିସନରେଟ ପୋଲିସକୁ ନାଲି ଆଖି,ମେଡିସିନି ଦୋକାନରେ ଦୁବୃର୍ତ୍ତଙ୍କ ଗୁଣ୍ଡାଗିରି

ଭୁବନେଶ୍ବର: ରାଜଧାନୀରେ ପୁଣି ଦୁବୃର୍ତ୍ତଙ୍କ ଆତଙ୍କ ରାଜ । ମେଡିସିନ ଦୋକାନରେ ଦୁବୃର୍ତ୍ତ ମଚାଇଲେ ଆତଙ୍କର ଭୟ। ରାତି ଅଧରେ ମେଡିସିନ ଦୋକାନ ଉପରକୁ କଲେ ମରଣାନ୍ତକ ଆକ୍ରମଣ। ଦୋକାନୀକୁ ରକ୍ତାକ୍ତ କରି ଫେରାର ହେଲେ ଦୁର୍ବୃତ୍ତ । ଏମିତି ଘଟଣା ଦେଖିବାକୁ ମିଳୁଛି ରାଜଧାନୀର ଖଣ୍ଡଗିରି ଥାନା ଅଞ୍ଚଳରେ।

କମିସନରେଟ ପୋଲିସକୁ ନାଲି ଆଖି,ମେଡିସିନି ଦୋକାନରେ ଦୁବୃର୍ତ୍ତଙ୍କ ଗୁଣ୍ଡାଗିରି

ଏମସ ରୋଡରେ ଥିବା ଦୀପକ ମେଡିସିନ ଦୋକାନ ଉପରକୁ ଆକ୍ରମଣ କରାଯାଇଛି। ଦୁଇଜଣ ଦୁର୍ବୃତ୍ତ ଆସି ରାତିରେ ମେଡିସିନ ମାଗିଥିଲେ । ପରେ ଦୋକାନୀ ଜଣକ ମେଡିସିନ ଷ୍ଟୋରର କବାଟ ନଖୋଲି ମେଡିସିନ ଦେବାକୁ ଉଦ୍ୟମ କରିଥିଲେ।

ହେଲେ ଦୁର୍ବୃତ୍ତ ଦୁଇଜଣ କବାଟ ଖୋଲି ଔଷଧ ଦେବାକୁ କହିଥିଲେ। ହେଲେ ଦୋକାନୀ ମନା କରିବାରୁ ସେମାନେ ଦୋକାନର କାଚ କବାଟକୁ ଠେଲି ଭାଙ୍ଗି ଦେଇଥିଲେ। ଫଳରେ କାଚ ପଡି ଦୋକାନୀ ଜଣକ ଗୁରୁତର ଆହତ ହୋଇଥିଲେ। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଛି ।

କମିସନରେଟ ପୋଲିସକୁ ନାଲି ଆଖି,ମେଡିସିନି ଦୋକାନରେ ଦୁବୃର୍ତ୍ତଙ୍କ ଗୁଣ୍ଡାଗିରି

ତେବେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅପରାଧିୀଙ୍କୁ ଗିରଫ ବେଳେ ସେମାନଙ୍କ ମୁହଁ ନଦେଖାଇବାରୁ ଗିରଫ ପ୍ରତି ସେମାନଙ୍କ ଭୟ ରହୁନି । ନୂଆ କମିଶନର ନୂଆ ନିୟମ ଆଣିବା ପରେ ଗିରଫ ହେଉଥିବା ଅଭିଯୁକ୍ତଙ୍କ ମୁହଁ ଗଣମାଧ୍ୟମରେ ପ୍ରକାଶ ପାଉନି।

ଫଳରେ ଅପରାଧିଙ୍କ ଲୋକଲଜ୍ୟା କି ପୋଲିସ ପ୍ରତି ଗିରଫର ଭୟ ରହୁନି। ତେବେ ସମ୍ପୃକ୍ତ ଥିବା ଦୁଇଜଣ ଅପରାଧି ପେସାଦାର ଅପରାଧି ବୋଲି ପୋଲିସ ଜାଣିବାକୁ ପାଇଛି। ତେବେ ବଟି ଆଦାୟକୁ କେନ୍ଦ୍ର କରି ଏପରି ହୋଇଥିବା ଦୋକାନୀ ସନ୍ଦେହ କରୁଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details