ଓଡିଶା

odisha

By

Published : Sep 3, 2020, 10:07 PM IST

ETV Bharat / city

ରାଜ୍ୟରେ 20 ଲକ୍ଷ ପାର କଲା କୋରୋନା ପରୀକ୍ଷା

ଆଜି ସୁଦ୍ଧା ରାଜ୍ୟରେ 20 ଲକ୍ଷ କୋରୋନା ପରୀକ୍ଷା ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ..

ରାଜ୍ୟରୋ 20 ଲକ୍ଷ ପାର କଲା କୋରୋନା ପରୀକ୍ଷା
ରାଜ୍ୟରୋ 20 ଲକ୍ଷ ପାର କଲା କୋରୋନା ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ଯେଉଁଭଳି ଭାବେ କୋରୋନା ଆକ୍ରାନ୍ତ ବଢିବାରେ ଲାଗିଛି, ସେହିଭଳି ବୃଦ୍ଧି ଘଟିଛି ଟେଷ୍ଟିଂ ସଂଖ୍ୟା । ଆଜି ସୁଦ୍ଧା ରାଜ୍ୟରେ 20 ଲକ୍ଷ କୋରୋନା ପରୀକ୍ଷା ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସମସ୍ତ ସ୍ବାସ୍ଥ୍ୟକର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ଖୁସିବ୍ୟକ୍ତ ମଧ୍ୟ କରିଛନ୍ତି ।

ଓଡ଼ିଶା କୋରୋନା ପରୀକ୍ଷଣରେ ପୁଣି ଥରେ ମାଇଲ ଖୁଣ୍ଟ ଭାବେ ଛିଡ଼ା ହୋଇଛି । ଏହା ହିଁ ମହାମାରୀ ବିରୋଧରେ ଆମର ସଂଗ୍ରାମ ବୋଲି ଟ୍ବିଟରରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରୀକ୍ଷା ସଂଖ୍ୟା ବୃଦ୍ଧି କରିବା, ସଂକ୍ରମଣ ସ୍ଥାନରେ ସଠିକ ସମୟରେ ସଠିକ ନିୟମ ପାଳନ କରାଇବା ଯୋଗୁଁ ରାଜ୍ୟରେ ସୁସ୍ଥ ସଂଖ୍ୟା ମଧ୍ୟ ବଢୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details