ଭୁବନେଶ୍ବର:କନ୍ଧମାଳରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ଘଟଣାରେ ଜଣେ ମହିଳା ଓ ଜଣେ ପୁରୁଷ ମାଓବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟର ନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ଗୁରୁବାର ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଞ୍ଚଳରେ ନକ୍ସଲ ଥିବା ସୂଚନା ପାଇ ପୋଲିସ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ଓଡିଶା ପୋଲିସର ଏସଓଜି ଏବଂ ଡିଭିଏଫ୍ ଉପରକୁ ଏଲଡବ୍ଲ୍ୟୁ ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ଜବାବରେ ଯବାନଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା ।
ଘଟଣାରେ 2 ଜଣ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ 2 ଜଣ ମାଓବାଦୀ ମାଓ ୟୁନିଫର୍ମରେ ରହିଥିଲେ । ଘଟଣାସ୍ଥଳରୁ ଗୋଟିଏ ଇନସାସ, ଗୋଟିଏ କାର୍ବାଇନ, 2ଟି ଦେଶୀ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଘଟଣାରେ ପୋଲିସ କର୍ମଚାରୀମାନେ ସୁସ୍ଥ ଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି । ତେବେ ଏବେ ବି କୁମ୍ବିଂ ଅପରେସନ ଜାରି ରହିଛି ।