ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ 2 ଲକ୍ଷ ଅତିକ୍ରମ କରିଛି ନମୁନା ଟେଷ୍ଟ। ରାଜ୍ୟରେ 15 ମାର୍ଚ୍ଚରେ ପ୍ରଥମ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲା । ତେବେ ରବିବାର 2 ଲକ୍ଷ ଟେଷ୍ଟ ଅତିକ୍ରମ କରିଥିବା ସୂଚନା ଦେଇଛନ୍ତି ଆରଏମଆରସିର ନିର୍ଦେଶୀକା ସଙ୍ଘମିତ୍ରା ପତି । ମୋଟ ଟେଷ୍ଟ ମଧ୍ୟରୁ ଆରଏମଆରସିରେ କେବଳ 75 ହଜାର ନମୁନା ପରୀକ୍ଷା ଅତିକ୍ରମ କରିଛି । ଆରଏମଆରସିରେ 90 ଦିନ ମଧ୍ୟରେ 75 ହଜାର ଟେଷ୍ଟ କରାଯାଇଥିବା ବେଳେ 979 ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଆରଏମଆରସିରେ ଦୁଇଟି ଲ୍ୟାବ ରହିଛି । ତାହା ଭିଆରଡ଼ିଏଲ ଓ କୋବାସ ଲାବ । ଭିଆରଡ଼ିଏଲରେ 48 ହଜାର 638 ଜଣଙ୍କର ସମ୍ପୂର୍ଣ୍ଣ ଟେଷ୍ଟ କରାଯାଇଛି । ସେଥିରୁ 557 ଜଣଙ୍କର ପଜିଟିଭ ବାହାରିଛି । ପ୍ରତ୍ୟୋକ ଦିନ ଭିଆରଡ଼ିଏଲରେ 1313 ଟେଷ୍ଟ କରାଯାଉଛି । 22 ଦନ ମଧ୍ୟରେ 10 ହଜାର ଟେଷ୍ଟ କରାଯାଇଥିବା ଜଣାପଡିଛି । ସେହିପରି କୋବାସ ମେସିନ ମାଧ୍ୟମରେ 25 ହଜାର 704ଟି ଟେଷ୍ଟ କରାଯାଇଛି । ଏଥିମଧ୍ୟରୁ 462 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରତ୍ୟେକ ଦିନ ଏଥିରେ 1150ଟି ଟେଷ୍ଟ କରାଯାଉଛି ।