ଓଡିଶା

odisha

ETV Bharat / city

ଭୁବନେଶ୍ୱରରେ ପହଁଚିଲା 2 ଲକ୍ଷ ଡୋଜ କୋଭିସିଲଡ଼ ଟୀକା - Corona Infected person

ଟୀକାର ଅଭାବକୁ ପୂରଣ କରିବ 2 ଲକ୍ଷ ଡୋଜ୍ କୋଭିସିଲଡ଼ ଟୀକା । ଏହି ଟୀକା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବା ସହ ଲୋକଙ୍କୁ ଦିଆଯିବ ଟୀକା । ଅଧିକ ପଢନ୍ତୁ...

ଭୁବନେଶ୍ୱରରେ ପହଁଚିଲା 2 ଲକ୍ଷ ଡୋଜ୍ କୋଭିସିଲଡ଼ ଟୀକା
ଭୁବନେଶ୍ୱରରେ ପହଁଚିଲା 2 ଲକ୍ଷ ଡୋଜ୍ କୋଭିସିଲଡ଼ ଟୀକା

By

Published : May 7, 2021, 7:15 PM IST

ଭୁବନେଶ୍ୱର: ରାଜ୍ୟରେ ଟିକାକରଣରେ ବାଧକ ସାଜିଥିଲା ଟିକାର ଅଭାବ । ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଛି 2 ଲକ୍ଷ ଡୋଜ୍ କୋଭିସିଲଡ଼ ଟୀକା । ରାଜ୍ୟର ସମସ୍ତ ଜିଲ୍ଲାକୁ ପଠାଯିବ ଏହି ଟୀକା ।


ରାଜ୍ୟରେ ଦୀର୍ଘ ଦିନ ଧରି ଟୀକାର ଅଭାବ ରହିଥିବା ବେଳେ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଛି 2 ଲକ୍ଷ ଡୋଜ କୋଭିସିଲଡ଼ ଟୀକା । ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସିଛି ଟୀକା। ତେବେ ଏହି ଟୀକାକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବ । ଦ୍ୱିତୀୟ ଡୋଜ୍ ଟୀକା ନେବାକୁଥିବା ଲୋକଙ୍କୁ ଟୀକା କରଣରେ ଦିଆଯାଇପାରେ ପ୍ରାଥମିକତା ।


ସୂଚନାନୁସାରେ ବର୍ତ୍ତମାନ ସୁଦ୍ଧା 60 ଲକ୍ଷ 70 ହଜାର 610 ଜଣ ଜନସାଧାରଣ ଟିକାଗ୍ରହଣ କରିଛନ୍ତି । ପ୍ରଥମ ଡୋଜରେ 50 ଲକ୍ଷ 18 ହଜାର 928 ଜଣ ଟୀକା ନେଇଥିବା ବେଳେ ଡ଼ତୀୟ ଡୋଜ ରେ 10 ଲକ୍ଷ 51 ହଜାର 682 ଜଣ ଟୀକା କରଣ କରିଛନ୍ତି । କୋଭିସିଲଡ଼ ଟୀକା 55 ଲକ୍ଷ 80 ହଜାର 237 ଜଣ ଟୀକା ନେଇଥିବା ବେଲେ କୋଭାକ୍ସିନ 4 ଲକ୍ଷ 90 ହଜାର 373 ଜଣ ଟୀକା ନେଇଥିବା ନେଇ ସୂଚନା ମିଳିଛି ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details