ଭୁବନେଶ୍ବର: ବିଧାନସଭାରେ ପାରିତ ହୋଇଛି 2022/23 ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ । ଚଳିତ ଆର୍ଥିକ ବର୍ଷ ପାଇଁ 2 ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ବଜେଟ ଅଧିବେଶନର ପ୍ରଥମ ଦିନରେ ବ୍ୟୟ ମଞ୍ଜୁରୀ ବିଲ ଆଗତ କରିଥିଲେ ଅର୍ଥମନ୍ତ୍ରୀ । ବିଲ ପାରିତ ହେବା ପରେ ରାଜ୍ୟ ସରକାର ଅର୍ଥ ଖର୍ଚ୍ଚ କରିପାରିବେ ।
ବିଧାନସଭାରେ ଆଜି ପାରିତ ହୋଇଛି ବ୍ୟୟ ମଞ୍ଜୁରୀ ବିଲ । 2022- 23 ଆର୍ଥିକ ବର୍ଷ ନିମନ୍ତେ 2 ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଆଗତ ହୋଇଛି । ପ୍ରଶାସନିକ ବ୍ୟୟ ସହ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ଏହି ଅର୍ଥ ବିନିଯୋଗ ହେବ । ଜୁଲାଇ 2 ତାରିଖରେ ଏହି ପୂର୍ଣ୍ଣାଙ୍ଗ ବିଜେଟ ଆଗତ ହୋଇଥିଲା । ପ୍ରଶାସନିକ ବ୍ୟୟ ବାବଦକୁ 74 ହଜାର 261 କୋଟି ଓ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ 1 ଲକ୍ଷ କୋଟି ଟଙ୍କା ରହିଛି ।