ଭୁବନେଶ୍ବର: ବିନାୟକ ସାବତ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୨.୫ ଲକ୍ଷ ଟଙ୍କା ଦାନ କରାଯାଇଛି । ସଂସ୍ଥାର ଟ୍ରଷ୍ଟି ଚାର୍ଟାଡ଼ ଆକାଉଣ୍ଟାଣ୍ଟ ଅରୁଣ କୁମାର ସାବତ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଏହି ରାଶିର ଚେକ୍ ପ୍ରଦାନ କରିଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୨.୫ ଲକ୍ଷ ଦାନ - 2.5 lakh donations to puri
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୨.୫ ଲକ୍ଷ ଦାନ କଲା ସାବତ ଚାରିଟେବୁଲ୍ ଟ୍ରଷ୍ଟ । ଅଧିକ ପଢନ୍ତୁ...
ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ବତନ୍ତ୍ର ମହତ୍ତ୍ବରହିଛି । ଏହି ଦୂରଦର୍ଶୀ ପ୍ରକଳ୍ପ ନିର୍ମାଣରେ ନିଜର ସହଯୋଗ ସ୍ବରୂପ ଟ୍ରଷ୍ଟ ପକ୍ଷରୁ ଏ ଛୋଟ ଦାନ କରାଯାଉଥିବା କିହଛନ୍ତି ଟ୍ରଷ୍ଟି । ବିନାୟକ ସାବତ ଟ୍ରଷ୍ଟ ଏବଂ ଟ୍ରଷ୍ଟିମାନଙ୍କୁ ଏତାଦୃଶ ଐତିହାସିକ କାମ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ଶାସନ ସଚିବ । ଏହି ରାଶି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟକୁ ପଠାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ