ଭୁବନେଶ୍ବର:ଟୀକାକରଣରେ ଭୁବନେଶ୍ବର ମହାନଗର ନିଗମ(BMC)ର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଯାଇଛି ଉଭୟ ଡୋଜ ଟିକା । ରାଜଧାନୀ ଭୁବନେଶ୍ଵରରେ ଆଜି(ରବିବାର) ସୁଦ୍ଧା ମୋଟ ୨୨ ଲକ୍ଷ ୬୬ ହଜାର ୬୧ ଡୋଜ ଟିକା ଦିଆଯାଇଛି ।
ଭୁବନେଶ୍ଵରରେ ଦିଆଯାଉଛି କୋଭାକ୍ସିନ ଟିକା । ସେଥିମଧ୍ୟରୁ 12ଲକ୍ଷ 63 ହଜାର 345 ଜଣ ପ୍ରଥମ ଡୋଜ ଓ 10ଲକ୍ଷ 2 ହଜାର 716 ଜଣ ଉଭୟ ଡୋଜ ନେଇଥିବା ଜଣାପଡିଛି । ଆଜି ମଧ୍ୟ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଟୀକାକରଣ ଜାରି ରହିଛି । ବିନା ସ୍ଲଟ ବୁକିଙ୍ଗରେ ସିଧାସଳଖ ଲୋକେ ଟିକା ନେଇପାରୁଛନ୍ତି ।