ଓଡିଶା

odisha

ETV Bharat / city

ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ହେବ ଦୀର୍ଘମିଆଦି ଯୋଜନା - ବିପର୍ଯ୍ୟୟ ମୁକାବିଲା ପାଇଁ ଦୀର୍ଘମିଆଦି ପ୍ରସ୍ତୁତି

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଭଳି ସ୍ଥିତିର ମୁକବିଲା କରିବା ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରାଯିବ । ଅଧିକ ପଢନ୍ତୁ...

od_bbsr_dissaster management workshop
ବିପର୍ଯ୍ୟୟ ମୁକାବିଲା ପାଇଁ ଦୀର୍ଘମିଆଦି ପ୍ରସ୍ତୁତି

By

Published : Feb 10, 2020, 10:46 PM IST

ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ପ୍ରସ୍ତୁତ ହେବ ଦିଆମିଆଦୀ ଯୋଜନା। ଏଥିପାଇଁ ଓଡିଶା ସମେତ ପଡୋଶୀ 5ଟି ରାଜ୍ୟର ଆରମ୍ଭ ହୋଇଛି ମାନସ ମନ୍ଥନ । ଏଥିପାଇଁ ସୋମବାର ଭୁବନେଶ୍ବରରେ ଓଡିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ଛତିଶଗଡ ଏବଂ ଝାଡଖଣ୍ଡର ବରିଷ୍ଠ ପଦାଧିକାରୀଙ୍କୁ ନେଇ 2 ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହୋଇଯାଇଛି ।

ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା ହୋଇଛି । ଚଳିତ ବର୍ଷ ପଞ୍ଚଦଶ ଅର୍ଥ କମିଶନଙ୍କ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ୧୩ ହଜାରରୁ ୨୮ ହଜାର କୋଟିକୁ ବୃଦ୍ଧି ହୋଇଛି । ନୂଆ ଜ୍ଞାନ କୌଶଳ ଉପଯୋଗ କରି କିଭଳି ବିପର୍ଯ୍ୟୟ ପାଣ୍ଠିର ସୁପରିଚାଳନା ଏବଂ କ୍ଷୟକ୍ଷତି ଆକଳନ କରି ପ୍ରାକୃତିକ ଦୁର୍ବିପାକ ସମୟରେ ଧନ, ଜୀବନକୁ ସୁରକ୍ଷା ପ୍ରଦାନ କରାଯାଇପାରିବ ସେ ନେଇ କର୍ମଶାଳାର ଗୁରୁତ୍ବାରୋପ କରାଯାଇଥିଲା ।

ଓଡିଶା ପ୍ରାକୃତିକ ବିପର୍ଯ୍ୟୟର ଚିର ସହଚର । ଗତବର୍ଷ ସାମୁଦ୍ରିକ ଝଡ 'ଫନି'ର ସୁପରିଚାଳନା ନେଇ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି । ସାମୁଦ୍ରିକ ଝଡ 'ଫନି'ର ସଫଳ ପରିଚାଳନା ପାଇଁ ଚଳିତ ବର୍ଷର ଜାତୀୟ ପରିଚାଳନା ମୁକାବିଲା ବୈଠକ ଓଡ଼ିଶାରେ ଆୟୋଜନ କରାଯାଉଛି । ସମସ୍ତ ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା ପାଇଁ କ’ଣ କଣ ଉନ୍ନତ ପଦକ୍ଷେପ ନେଇ ହେବ ସେ ନେଇ ଆଲୋଚନା କରାଯିବ । ନିୟମକୁ ଅଣଦେଖା କରି କିଭଳି ବନ୍ୟ ପ୍ରପୀଡ଼ିତ ଅଞ୍ଚଳରେ ବିଶାଳ ଅଟ୍ଟାଳିକା ନିର୍ମାଣକୁ ରୋକାଯାଇପାରିବ ସେ ପ୍ରତି ସମସ୍ତ ରାଜ୍ୟ ଯତ୍ନବାନ ଏବଂ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ସଦସ୍ୟ ସଚିବ ଜିଭିଜି ଶର୍ମା କହିଛନ୍ତି ।

ପ୍ରତିବର୍ଷ କେନ୍ଦ୍ର ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ପଞ୍ଚଦଶ ଅର୍ଥ କମିଶନରେ ପ୍ରାୟ ୨୮ହଜାର କୋଟି ଟଙ୍କା ମିଳିବାର ବ୍ୟବସ୍ଥା କରିଛନ୍ତି । ଏହି ପାଣ୍ଠିର କିଭଳି ବିପର୍ଯ୍ୟୟ ସମୟରେ ଅଧିକ ଖର୍ଚ୍ଚ କରାଯାଇପାରିବ ସେ ନେଇ ଗୁରୁତ୍ବ ଦିଆଯିବ । ଦୁଇ ଦିନ ଆଲୋଚନା ପରେ ଯାହା ନିଷ୍କର୍ଷ ବାହାରିବ ତାକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।

ବିପର୍ଯ୍ୟୟ ମୁକାବିଲା ପାଇଁ ଦୀର୍ଘମିଆଦି ପ୍ରସ୍ତୁତି

ସେହିପରି ଓସଡାମାର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦ ବେହେରାଙ୍କ ସୂଚନା ଅନୁସାରେ ରାଜ୍ୟରେ କିଭଳି ଭାବେ ବିପର୍ଯ୍ୟୟ ପାଣ୍ଠିର ସୁବିନିଯୋଗ ହେବ ଏବଂ ନୂତନ ଜ୍ଞାନ କୌଶଳକୁ ଆଧାର କରି ଉନ୍ନତମାନର କାର୍ଯ୍ୟ କରାଯାଇପାରିବ ସେ ନେଇ ଆଲୋଚନା ହେବ । ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡ଼ର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ସଚିବ ରିତା ସାଂଢ଼େଲ୍ୟା ନିଜର ଖୁସି ବ୍ୟକ୍ତ କରି ଓଡିଶା ଆମକୁ ଶିକ୍ଷା ଦେଇଛି । କିଭଳି ପ୍ରାକୃତିକ ବିପର୍ଯ୍ୟୟର ସଫଳ ସାମ୍ନା କରିବାକୁ ପଡିବ ବୋଲି କହିଛନ୍ତି । ପ୍ରତ୍ୟେକ ରାଜ୍ୟର ଭିନ୍ନ ଭିନ୍ନ ବିପର୍ଯ୍ୟୟ ପରିଚାଳନା ଆବଶ୍ୟକତା ରହିଛି। ସୋମବାର ଓ ମଙ୍ଗଳବାରର 2 ଦିନିଆ କର୍ମଶାଳାରେ ଉନ୍ନତମାନର ପରିଚାଳନା ବ୍ୟବସ୍ଥା ବାହାରିବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details