ଓଡିଶା

odisha

ETV Bharat / city

ଜାତୀୟ ଶିକ୍ଷାନୀତିକୁ ନେଇ ଶିକ୍ଷା ବିଭାଗର ମାନସ ମନ୍ଥନ

ଜାତୀୟ ଶିକ୍ଷାନୀତି ୨୦୧୯କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ ଉଚ୍ଚ ଶିକ୍ଷାମନ୍ତ୍ରୀ, ଶିକ୍ଷାବିତ, ଶିକ୍ଷକ, ଛାତ୍ରଛାତ୍ରୀ, ଅଭିବାବକଙ୍କୁ ନେଇ ମଙ୍ଗଳବାର ଆରମ୍ଭ ହୋଇଛି ଏହି ୨ ଦିନିଆ କର୍ମଶାଳା ।

By

Published : Jul 23, 2019, 9:51 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଜାତୀୟ ଶିକ୍ଷାନୀତି ୨୦୧୯କୁ ନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ମାନସ ମନ୍ଥନ। ଏନେଇ ରାଜଧାନୀରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ୨ ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ ଉଚ୍ଚ ଶିକ୍ଷାମନ୍ତ୍ରୀ, ଶିକ୍ଷାବିତ, ଶିକ୍ଷକ, ଛାତ୍ରଛାତ୍ରୀ, ଅଭିବାବକଙ୍କୁ ନେଇ ମଙ୍ଗଳବାର ଆରମ୍ଭ ହୋଇଛି ଏହି ୨ ଦିନିଆ କର୍ମଶାଳା । ଶିକ୍ଷା ବିଭାଗରେ ସଂସ୍କାର ନେଇ ବିଭିନ୍ନ ମତ, ଆଲୋଚନା ଏବଂ ପରାମର୍ଶ ପରେ ରାଜ୍ୟ ସରକାର କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗକୁ ରିପୋର୍ଟ ପ୍ରଦାନ କରିବେ।

ଜାତୀୟ ଶିକ୍ଷାନୀତି ୨୦୧୯କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଛି । ଜାତୀୟ ଶିକ୍ଷାନୀତି କିଭଳି ହେବ? ଗୁଣାତ୍ମକ ଶିକ୍ଷାର କିଭଳି ଉପଯୋଗ କରାଯିବ? ପ୍ରାଥମିକ ଶିକ୍ଷାକୁ କିଭଳି ଭାବରେ ଗୁରୁତ୍ୱ ଦିଆଯାଇପାରିବ? କେମିତି ବଢିବ ଶିକ୍ଷାର ମାନ? ସରକାରୀ ସ୍କୁଲରେ କିଭଳି ଭାବରେ ଛାତ୍ରଛାତ୍ରୀ ବଢ଼ିବେ? ଉନ୍ନତ ମାନର ପାଠ୍ୟକ୍ରମ କିଭଳି ପ୍ରୟୋଗ କରାଯାଇ ପାରିବ, ଶିକ୍ଷକଙ୍କ ଭୂମିକା କିପରି ହେବ? ଭିତ୍ତିଭୂମି ଉନ୍ନତି ପାଇଁ ଖର୍ଚ୍ଚ କିଏ ବହନ କରିବ? ଏ ସବୁକୁ ନେଇ ଆରମ୍ଭ ହୋଇଛି ଆଲୋଚନା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ମାନସ ମନ୍ଥନ ସରିଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଦୁଇ ଦିନିଆ କର୍ମଶାଳା । ଉଭୟ ବିଭାଗର ପରାମର୍ଶ ଜୁଲାଇ ୩୧ ତାରିଖ ସୁଦ୍ଧା ରାଜ୍ୟସରକାର କେନ୍ଦ୍ର ସରକାରଙ୍କୁ ପଠାଇବେ। ଜାତୀୟ ଶିକ୍ଷାନୀତି ୨୦୧୯କୁ ନେଇ କେନ୍ଦ୍ରସରକାର ବିଭିନ୍ନ ରାଜ୍ୟସରକାରଙ୍କ ଠାରୁ ବିଭିନ୍ନ ଦିଗରେ ପରାମର୍ଶ ଚାହିଁଛନ୍ତି। ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ବିଭିନ୍ନ ପ୍ରସ୍ତାବ ଜୁଲାଇ ୩୧ ତାରିଖ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ପଠାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ଆସନ୍ତାକାଲି ପୂର୍ଣ୍ଣାଙ୍ଗ ନୀତି ଚୂଡାନ୍ତ ହେବ । ରାଜ୍ୟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ଚୂଡାନ୍ତ ଶିକ୍ଷାନୀତିର ଅବଧିକୁ ବଢ଼ାଯାଉ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଆଗକୁ ଚୂଡାନ୍ତ ଡ୍ରାଫ୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details