ଓଡିଶା

odisha

ETV Bharat / city

ରାଜଧାନୀରୁ ଲୁଟ ପଛରେ ବାଂଲାଦେଶୀ ଲିଙ୍କ୍ - bhubaneswar

ବାଂଲାଦେଶରୁ ଆସି ଓଡିଶାରେ ଆତଙ୍କ ଖେଳାଇଥିଲେ ବାଂଲାଦେଶୀ ଲୁଟେରା ଗ୍ୟାଙ୍ଗ । କେତେବେଳେ ହାତଗୋଡ ବାନ୍ଧି ତ କେତେବେଳେ ଛୁରୀ ଦେଖାଇ କରୁଥିଲେ ଲୁଟ । ଏହି ଲୁଟେରା ଗ୍ୟାଙ୍ଗର 2 ଲୁଟେରା ଏବେ ଦିଲ୍ଲୀ ପୋଲିସ ହାତରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : May 16, 2019, 8:33 PM IST

Updated : May 16, 2019, 8:48 PM IST

ଭୁବନେଶ୍ବର: କାନନ ବିହାର ଲୁଟ ପଛରେ ବାଂଲାଦେଶୀ ଲିଙ୍କ । ରାଜଧାନୀରେ ଆତଙ୍କ ଖେଳାଉଛନ୍ତି ବାଂଲାଦେଶୀ ଲୁଟେରା । କବାଟ ଓ ଝରକା ତାଡି ଘରେ ପଶିବା ସହ ଗୋଡ ହାତ ବାନ୍ଧି ଲୁଟ କରୁଛନ୍ତି ସୁନା ଗହଣା । ଏପରିକି ଛୋଟ ପିଲାଙ୍କ ବେକରେ ଛୁରି ଲଗାଇ ଲୋକଙ୍କୁ ଭୟଭୀତ କର ଲୁଟପାଟ କରୁଛନ୍ତି ଏମାନେ । ଏପରି ଆତଙ୍କ ରାଜ କରୁଥିବା ବାଂଲାଦେଶୀ ଗ୍ଯାଙ୍ଗର ସୁରାଖ ଲାଗିଛି କମିସନରେଟ ପୋଲିସ ହାତରେ । ଯାହାକୁ ନେଇ ଦିଲ୍ଲୀ ଗସ୍ତ କରିଛି କମିସନରେଟ ପୋଲିସର ଏକ ଟିମ । କାରଣ ଏହି ଗ୍ଯାଙ୍ଗର ଦୁଇ ଲୁଟେରା ଏବେ ଦିଲ୍ଲୀ ପୋଲିସ କବଜାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗୋଆ, ବାଙ୍ଗାଲୋର, ଚେନ୍ନାଇ ଭଳି ଅନେକ ସହରରେ ଏଇଭଳି ଲୁଟପାଟ କରି ଫେରାର ହେଉଥିବା ଗ୍ଯାଙ୍ଗର ସୁରାଖ ପାଇ ଦୁଇ ଜଣଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସ୍ପେଶାଲ ସ୍କ୍ବାଡ । ପଚରା ଉଚରା ବେଳେ ଭୁବନେଶ୍ବରରେ ବି ଲୁଟପାଟ କରିଥିବା ମାନିଛନ୍ତି ଲୁଟେରା । ତେବେ ପଶ୍ଚିମବଙ୍ଗ ଦେଇ ଭାରତକୁ ପ୍ରବେଶ କରୁଥିବା ଲୁଟେରାଙ୍କ ପାଇଁ ସୁରକ୍ଷିତ ରୁଟ ହେଉଛି ଟ୍ରେନ ଯାତ୍ରା । ନିର୍ଦ୍ଧିଷ୍ଟ ଅଞ୍ଚଳରୁ ଲୁଟପାଟ ପରେ ନିକଟସ୍ଥ ଷ୍ଟେସନ ଦେଇ ସେମାନେ ଟ୍ରେନରେ ମାରୁଥିଲେ ଚମ୍ପଟ । ତେବେ ଦୁଇ ଲୁଟେରାଙ୍କୁ ଟ୍ରାନଜିଟ ରିମାଣ୍ଡରେ ଆଣି ପଚରାଉଚରା କରିବ କମିସନରେଟ ପୋଲିସ ।

ପୋଲିସ ସ୍କାନରରେ ରହିଛି ଦୁଇଟି କେସ । ସମାନ ଢଙ୍ଗରେ ଓ ସମାନ ଅଞ୍ଚଳରୁ ଲୁଟ ପରେ ଫେରାର ହୋଇଥିଲେ ଲୁଟେରା । ଫେବୃଆରୀ ୨ ତାରିଖ ଇନଫୋସିଟି ଥାନା କାନନ ବିହାରର ସେନାଅଧିକାରୀଙ୍କ ଘରୁ ଲୁଟ ଓ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାରର ଜଣେ ମହିଳାଙ୍କ ଘରୁ ମଧ୍ଯ ସମାନ ଢଙ୍ଗରେ ଲୁଟ ହୋଇଥିଲା । ତେବେ ଚୋରି ହୋଇଥିବା ଏକ ମୋବାଇଲର ଲୋକେସନ ବାଂଲାଦେଶ ସୀମାରେ ଟ୍ରାକ ହେବା ପରେ ହୋଇଥିଲା ଲୁଟେରାଙ୍କ ପର୍ଦ୍ଦାଫାସ । ଦୁଇ ଲୁଟେରାଙ୍କୁ ରିମାଣ୍ଡରେ ଆଣିବା ପରେ ଜଣାପଡିବ ଗ୍ଯାଙ୍ଗରେ ବାକି ସଦସ୍ଯ ଓ ସେମାନଙ୍କ ଲୁଟ ସମ୍ପର୍କରେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 16, 2019, 8:48 PM IST

ABOUT THE AUTHOR

...view details