ଓଡିଶା

odisha

ସ୍କାନରରେ ହାଇପ୍ରୋଫାଇଲ ହସ୍ପିଟାଲ, ୨ ଦିନିଆ ରିମାଣ୍ଡରେ ଦୁଇ ଅଭିଯୁକ୍ତ

By

Published : Feb 26, 2022, 12:17 PM IST

କୋଭିଡ ଭେଣ୍ଟିଲେଟର ଓ ଆଇସିୟୁ ମେସିନ କେଳେଙ୍କାରୀ ମାମଲା । ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କମିସନରେଟ ପୋଲିସ । ଅଧିକ ପଢନ୍ତୁ

ସ୍କାନରରେ ହାଇପ୍ରୋଫାଇଲ ହସ୍ପିଟାଲ, ୨ଦିନିଆ ପୋଲିସ ରିମାଣ୍ଡରେ ଦୁଇ ଅଭିଯୁକ୍ତ
ସ୍କାନରରେ ହାଇପ୍ରୋଫାଇଲ ହସ୍ପିଟାଲ, ୨ଦିନିଆ ପୋଲିସ ରିମାଣ୍ଡରେ ଦୁଇ ଅଭିଯୁକ୍ତ

ଭୁବନେଶ୍ବର: ରାଜ୍ୟରେ କୋଭିଡ ଭେଣ୍ଟିଲେଟର (ventilator) ଓ ଆଇସିୟୁ(ICU) ମେସିନ କେଳେଙ୍କାରୀ ମାମଲା । ରିମାଣ୍ଡରେ ଆସିଲେ ଦୁଇ ଅଭିଯୁକ୍ତ । କମିସନରେଟ ପୋଲିସ ମାମଲାରେ ସମ୍ପୃକ୍ତ ଲେବର କଣ୍ଟ୍ରାକ୍ଟର ଲିଙ୍ଗରାଜ ସାହୁ ଓ ମିଡିଲମ୍ୟାନ ପ୍ରମୋଦ ବିଶ୍ବାଳକୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡ ସମୟରେ କିଛି ହାଇପ୍ରୋଫାଇଲ ହସ୍ପିଟାଲର ନାଁ ସାମ୍ନାକୁ ଆସିପାରେ ବୋଲି ଅନୁମାନ କରାଯାଉଛି । ରାଜ୍ୟ ସରକାରଙ୍କ ଭେଣ୍ଟିଲେଟର ଓ ଆଇସିୟୁ ମେସିନ ଚୋରି ମାମଲାରେ ମୋଟ ୬ ଜଣ ଗିରଫ ହୋଇଛନ୍ତି ।

ସ୍କାନରରେ ହାଇପ୍ରୋଫାଇଲ ହସ୍ପିଟାଲ, ୨ଦିନିଆ ପୋଲିସ ରିମାଣ୍ଡରେ ଦୁଇ ଅଭିଯୁକ୍ତ
ସ୍କାନରରେ ହାଇପ୍ରୋଫାଇଲ ହସପିଟାଲ , ୨ଦିନିଆ ପୋଲିସ ରିମାଣ୍ଡରେ ଦୁଇ ଅଭିଯୁକ୍ତ

ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ପରିଚାଳନା ପାଇଁ ଭେଣ୍ଟିଲେଟର ଓ ଆଇସିୟୁ ଭଳି କିଛି ଅତ୍ୟାଧୁନିକ ଯନ୍ତ୍ରପାତି ଆସିଥିଲା । ଏସବୁ ଜିନିଷ ଗୋଦାମରେ ଗଚ୍ଛିତ ରଖାଯାଇଥିଲା । ହେଲେ କିଛି ଘରୋଇ ହସ୍ପିଟାଲ ମାଲିକ ଓ ଡାକ୍ତର ମିଶି ଗୋଦାମ ଚାର୍ଜରେ ଥିବା ସିକ୍ୟୁରିଟି ଗାର୍ଡ ଓ ସୁପରଭାଇଜଙ୍କ ଜରିଆରେ କୋଟି କୋଟି ଟଙ୍କାର ଭେଲ୍ଟିଲେଟର ଓ ଆଇସିୟୁ ମନିଟର ଚୋରି କରିଥିଲେ ଏବଂ ନିଜ ହସ୍ପିଟାଲରେ ବ୍ୟବାହର କରୁଥିଲେ । ଏ ସଂକ୍ରାନ୍ତରେ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ଘଟଣାର ଖୁଲାସା କରିଛି ପୋଲିସ ।

ସ୍କାନରରେ ହାଇପ୍ରୋଫାଇଲ ହସପିଟାଲ , ୨ଦିନିଆ ପୋଲିସ ରିମାଣ୍ଡରେ ଦୁଇ ଅଭିଯୁକ୍ତ

ଏହି ଚୋରି ମାମଲାରେ କଟକର ରୁଦ୍ର ହସ୍ପିଟାଲ ମାଲିକ ତଥା ଡାକ୍ତର ଅରୁଣ କୁମାର ଆଚାର୍ଯଙ୍କ ସମେତ ମାନସ କୁମାର ପାଇକ, ଶାନ୍ତୁନୁ କୁମାର ସାମଲ, ରାୟ ରଞ୍ଜନ ବିଶ୍ବାଳ, ଲିଙ୍ଗରାଜ ସାହୁ ଏବଂ ପ୍ରମୋଦ ବିଶ୍ବାଳଙ୍କୁ ଗିରଫ ହୋଇଛନ୍ତି ଏବଂ କୋର୍ଟ ଚାଲାଣ କରି ସେମାନଙ୍କୁ ଜେଲ ହାଜତକୁ ପଠାଇଛି ପୋଲିସ । ଏବେ ଘଟଣାରେ ଅଧିକ ତଦନ୍ତ ପାଇଁ ଲେବର କଣ୍ଟ୍ରାକ୍ଟର ଲିଙ୍ଗରାଜ ସାହୁ ଓ ମିଡିଲମ୍ୟାନ ପ୍ରମୋଦ ବିଶ୍ବାଳକୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କମିସନରେଟ ପୋଲିସ । ସେମାନେ ଆଉ କେଉଁ କେଉଁ ହସ୍ପିଟାଲକୁ ଏହି ସରକାରୀ ସାମଗ୍ରୀ ବିକ୍ରି କରିଛନ୍ତି ସେନେଇ ପଚରାଉଚରା କରାଯିବ । ଯଦ୍ବାରା ଏହି କେଳେଙ୍କାରୀରେ ଆଉ କୌଣସି ବଡ ବଡ ହସ୍ପିଟାଲ ସାମିଲ ଅଛନ୍ତି ନା ନାହିଁ ତାହା ଜଣାପଡିବ ।

ସ୍କାନରରେ ହାଇପ୍ରୋଫାଇଲ ହସପିଟାଲ , ୨ଦିନିଆ ପୋଲିସ ରିମାଣ୍ଡରେ ଦୁଇ ଅଭିଯୁକ୍ତ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details