ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ସୃଷ୍ଟି ହୋଇଛି ବିରଳ ରେକର୍ଡ । ହସ୍ପିଟାଲରେ ପ୍ରଥମ ଥର ପାଇଁ ଏଏସଡି ମେସିନ ଜରିଆରେ ହୋଇଛି ସଫଳ ଚିକିତ୍ସା । ନୂଆ କରି ଯୋଗ ଦେଇଥିବା ହୃଦରୋଗ ବିଶେଷଜ୍ଞ ଡ଼ଃ ପି କେ ଦାସ ଏହି ଅପରେସନକୁ ସଫଳତା ପୂର୍ବକ ଶେଷ କରିଛନ୍ତି । ତେବେ ଭବିଷ୍ୟତରେ କ୍ୟାପିଟାଲ ହସ୍ପିଟାଲରେ ଏଭଳି ଅସ୍ତ୍ରୋପଚାର କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
କ୍ୟାପିଟାଲ ହସ୍ପିଟାଲରେ ବିନା ଅସ୍ତ୍ରୋପଚାରରେ ସଫଳ ହୃଦରୋଗ ଚିକିତ୍ସା - କ୍ୟାପିଟାଲ ହସ୍ପିଟାଲରେ ବିନା ଅସ୍ତ୍ରୋପଚାରରେ ହୃଦରୋଗ ଚିକିତ୍ସା
କ୍ୟାପିଟାଲ ହସ୍ପିଟାଲରେ ସୃଷ୍ଟି ହୋଇଛି ବିରଳ ରେକର୍ଡ । ହସ୍ପିଟାଲରେ ପ୍ରଥମ ଥର ପାଇଁ ଏଏସଡି ମେସିନ ଜରିଆରେ ହୋଇଛି ସଫଳ ଚିକିତ୍ସା । ନୂଆ କରି ଯୋଗ ଦେଇଥିବା ହୃଦରୋଗ ବିଶେଷଜ୍ଞ ଡ଼ଃ ପି କେ ଦାସ ଏହି ଅପରେସନକୁ ସଫଳତା ପୂର୍ବକ ଶେଷ କରିଛନ୍ତି ।
![କ୍ୟାପିଟାଲ ହସ୍ପିଟାଲରେ ବିନା ଅସ୍ତ୍ରୋପଚାରରେ ସଫଳ ହୃଦରୋଗ ଚିକିତ୍ସା machineless heart surgery in capital hospital, capital hospital latest news, 1st ever machineless heart surgery in bhubaneswar, ଭୁବନେଶ୍ବରରେ ବିନା ଅସ୍ତ୍ରୋପଚାରରେ ପ୍ରଥମ ହୃଦରୋଗ ଚିକିତ୍ସା, କ୍ୟାପିଟାଲ ହସ୍ପିଟାଲରେ ବିନା ଅସ୍ତ୍ରୋପଚାରରେ ହୃଦରୋଗ ଚିକିତ୍ସା, କ୍ୟାପିଟାଲ ହସ୍ପିଟାଲ ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/768-512-5685138-thumbnail-3x2-hospital.jpg)
କ୍ୟାପିଟାଲ ହସ୍ପିଟାଲରେ ବିନା ଅସ୍ତ୍ରୋପଚାରରେ ସଫଳ ହୃଦରୋଗ ଚିକିତ୍ସା
ସୂଚନା ଅନୁଯାୟୀ ବ୍ରହ୍ମପୁରରୁ ଆସିଥିବା 8 ବର୍ଷର ବାଳିକାର ହୃତପିଣ୍ଡରେ ଜନ୍ମରୁ ଏକ ଛିଦ୍ର ରହିଥିଲା । ଯାହାକୁ ଓପନ ହାର୍ଟ ସର୍ଜରୀ କରାନ ଯାଇ ରବିବାର ବିନା ଅସ୍ତ୍ରୋପଚାରରେ ଚିକିତ୍ସା କରାଯାଇଛି। ଆର୍ଟିକିଲ ସେଟଲ ଡିଟେକ୍ଟର ମେସିନ ଦ୍ବାରା ହୋଇଥିବା ଏହି ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲର ଏହା ପ୍ରଥମ ଉପଲବ୍ଧି । ବର୍ତ୍ତମାନ ବାଳିକା ଜଣଙ୍କ ଆଇସିୟୁରେ ରହିଛି। ସମ୍ପୂର୍ଣ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ କହିଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ