ଓଡିଶା

odisha

ETV Bharat / city

କଳିଙ୍ଗରେ ଆରମ୍ଭ ହେବ ହକି ପ୍ରୋ ଲିଗର ଦ୍ବିତୀୟ ସଂସ୍କରଣ

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ପ୍ରୋଲିଗର ଦ୍ବିତୀୟ ସଂସ୍କରଣ । ଚଳିତ ସଂସ୍କରଣରେ ମୋଟ ଆଠଟି ମ୍ୟାଛ ଖେଳାଯିବ କଳିଙ୍ଗ ଷ୍ଟାଡିୟମରେ । ଅଧିକ ପଢ଼ନ୍ତୁ...

By

Published : Jan 17, 2020, 9:24 PM IST

1st match of hockey pro league, Hockey Pro League, Hockey in kalinga stadium, ind vs netherland hockey match,  ହକି ପ୍ରୋ ଲିଗର ଦ୍ବିତୀୟ ସଂସ୍କରଣ, କଳିଙ୍ଗ ଷ୍ଟାଡିଅମରେ ହକି ପ୍ରୋ ଲିଗ
କଳିଙ୍ଗରେ ଆରମ୍ଭ ହେବ ହକି ପ୍ରୋ ଲିଗର ଦ୍ବିତୀୟ ସଂସ୍କରଣ

ଭୁବନେଶ୍ବର: ଶନିବାର ଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ହକି ପ୍ରୋ ଲିଗର ଦ୍ଵିତୀୟ ସଂସ୍କରଣର । ଯେଉଁଥିରେ ଗତ ସଂସ୍କରଣର ରନରଅପ ନେଦରଲ୍ୟାଣ୍ଡ ଘରୋଇ ଦଳତ ଭାରତକୁ ଭେଟିବ। ଏଥିପାଇଁ ଉଭୟ ଟିମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା କହିଛନ୍ତି।

କଳିଙ୍ଗରେ ଆରମ୍ଭ ହେବ ହକି ପ୍ରୋ ଲିଗର ଦ୍ବିତୀୟ ସଂସ୍କରଣ

ଏନେଇ ଶୁକ୍ରବାର ଆୟୋଜିତ ମ୍ୟାଚ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳର କୋଚ ଓ କ୍ୟାପଟେନ ଦଳର ରଣନୀତି ଅନୁସାରେ ପ୍ରସ୍ତୁତି ଜାରି ରଖିଥିବା କହିଛନ୍ତି। ତେବେ ଏହି ପ୍ରତିଯୋଗିତା 2020 ଅଲମ୍ପିକ ପୂର୍ବରୁ ଅନୁଷ୍ଠିତ ହେଉଥିବାରୁ ଏଥିରେ ଉନ୍ନତ ପ୍ରଦର୍ଶନ କରିବା ପାଇଁ ଉଭୟ ଦଳ ଫୋକସ କରିଥିବା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ଶନିବାର ଠାରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତା ଆସନ୍ତା ଜୁନ ମାସ 28 ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ ବ୍ୟତୀତ ଅନ୍ୟ ଦେଶମାନଙ୍କରେ ଅନୁଷ୍ଠିତ ହେବ। ତେବେ କଳିଙ୍ଗ ଷ୍ଟାଡିୟମରେ ଜାନୁଆରୀ 18, 19ରେ ଦୁଇଟି ମ୍ୟାଚ ହେବାକୁ ଥିବାବେଳେ ଫେବୃଆରୀରେ 4ଟି ଏବଂ ଏପ୍ରିଲ ଓ ମେ ରେ 2ଟି ଲେଖାଏଁ ମ୍ୟାଚ ଖେଳାଯିବ ବୋଲି ଏଫଆଇଏଚ ପକ୍ଷରୁ ଜାରି କରାଯାଇଥିବା ହକି କ୍ରୀଡା ସୂଚୀରେ କୁହାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details