ଭୁବେନଶ୍ବର: ରାଜ୍ୟରେ ପ୍ରଥମ କୋରୋନା ମୃତ୍ୟୁ । ଝାରପଡା ଅଞ୍ଚଳର ଜଣେ 72 ବର୍ଷୀୟ ବୃଦ୍ଧଙ୍କର ଗତକାଲି ଦେହାନ୍ତ ହୋଇଥିବାବେଳେ ତାଙ୍କ ରକ୍ତ ନମୂନା କୋରୋନା ପଜେଟିଭ୍ ଆସିଛି । ତେବେ ସେ 4 ତାରିଖରେ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ଏମ୍ସରେ ଭର୍ତ୍ତି ହୋଇଥିଲେ ।
ସେପଟେ ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା 41କୁ ବୃଦ୍ଧି । ଆକ୍ରାନ୍ତ ଜଣଙ୍କ 45 ବର୍ଷର ହୋଇଥିବାବେଳେ ତାଙ୍କ ଘର ଭୁବନେଶ୍ବର ମଧୁସୂଦନ ନଗର ୟୁନିଟ୍ 4 ବୋଲି ଜଣାପଡିଛନ୍ତି । ଏନେଇ ରାଜ୍ୟସରକାରଙ୍କ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ