ଓଡିଶା

odisha

ETV Bharat / city

1OTH-12TH EXAM: ଅଫଲାଇନ କ୍ଲାସ ପରେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି - ଅଫଲାଇନ କ୍ଲାସ ପରେ ପରୀକ୍ଷା ପାଇଁ ଦାବି

ଗଣଶିକ୍ଷାମନ୍ତ୍ରୀ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ କହିବା ପରେ ଚିନ୍ତାରେ ଛାତ୍ରଛାତ୍ରୀ । ଅନଲାଇନ ପାଠପଢା ବୁଝି ହେଉନଥିବାରୁ ସେମାନେ ଅଫଲାଇନ କ୍ଲାସ ପରେ ପରୀକ୍ଷା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ

1OTH-12TH EXAM: ଅଫଲାଇନ କ୍ଲାସ କରି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି
1OTH-12TH EXAM: ଅଫଲାଇନ କ୍ଲାସ କରି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି

By

Published : Jan 25, 2022, 6:33 PM IST

ଭୁବନେଶ୍ବର:ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଚିନ୍ତାରେ ପରୀକ୍ଷାର୍ଥୀ । ଗତକାଲି(ସୋମବାର) ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ ଏବେ ଦ୍ଵନ୍ଦ୍ବରେ ଛାତ୍ରଛାତ୍ରୀ । ସରିନି ସିଲାବସ । ବର୍ଷ ତମାମ ଅନ ଲାଇନ ମାଧ୍ୟମରେ ପାଠ ପଢ଼ା ହେଉଛି ହେଲେ ବୁଝି ହେଉନି ଅନଲାଇନର ସବୁ ପାଠ । ଏଣୁ ପ୍ରଥମେ ଅଫଲାଇନ କ୍ଲାସ କରି ପରେ ସେହି ଅଫଲାଇନ ପରୀକ୍ଷା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ପୂର୍ବ ବର୍ଷ ଭଳି 70 ପ୍ରତିଶତ ସିଲାବସ୍‌ରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପୂର୍ବରୁ ସମେଟିଭ ପରୀକ୍ଷା ମଧ୍ୟ ସରିଛି। ଜାନୁୟାରୀ ମାସ ଶେଷ ସୁଦ୍ଧା ସବୁ ସିଲାବସ ସରିନାହିଁ ତା' ଭିତରେ ବି ଅନେକ ଡାଉଟ ରହିଛି । ଏଣୁ କିଛି ଦିନ ଅଫଲାଇନ ମାଧ୍ୟମରେ କ୍ଲାସ କରାଯାଇ ପରବର୍ତ୍ତୀ ସମୟରେ ପରୀକ୍ଷା କରିବାକୁ କହିଛନ୍ତି ଅନେକ ମେଧାବୀ ଛାତ୍ରଛାତ୍ରୀ । ଦଶମ ଓ ଦ୍ଵାଦଶ ପରୀକ୍ଷା ପରୀକ୍ଷାର୍ଥୀଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ବିଦ୍ୟାଳୟମାନଙ୍କରେ ଏବେ ବି ଅନଲାଇନ କ୍ଲାସ ଚାଲିଛି ।

1OTH-12TH EXAM: ଅଫଲାଇନ କ୍ଲାସ ପରେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଦାବି

କିନ୍ତୁ ଏହି ଅନଲାଇନ ଶିକ୍ଷା ଶତ ପ୍ରତିଶତ ପିଲାଙ୍କ ପାଖେ ପହଞ୍ଚି ପାରୁନାହିଁ। ସମସ୍ତ ଛାତ୍ରଛାତ୍ରୀ ସଠିକ୍‌ ଭାବେ ସବୁ ବିଷୟ ବୁଝିପାରୁ ନାହାଁନ୍ତି ବୋଲି କହିଛନ୍ତି ସରକାରୀ ବାଳକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ସଂଗୀତା ପଣ୍ଡା । ଆଗକୁ କୋରୋନା ସଂକ୍ରମଣ ଯଦି ବଢେ ତେବେ ଦଶମ ଶ୍ରେଣୀର ହୋଇଥିବା ସମେଟିଭ ପରୀକ୍ଷାର ମାର୍କ ଅନୁସାରେ ବୋର୍ଡ ପରୀକ୍ଷାର ନୀତି ନିର୍ଦ୍ଧାରଣ ଏକ ବିକଳ୍ପ ହୋଇପାରେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ: 10TH-12th EXAM: ପ୍ରସ୍ତୁତ ରହିବାକୁ ଛାତ୍ରଛାତ୍ରୀଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ସେପଟେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଅଭିଯୋଗ ସେମାନଙ୍କ ବର୍ଷକର କୋର୍ସକୁ ୩ ମାସରେ ସାରିବା ପାଇଁ ସରକାର ନିୟମ କରିଛନ୍ତି, ଯାହାକି ଅସମ୍ଭବ। କେବଳ କୋର୍ସ ସାରିବା ପାଇଁ ପାଠ ପଢ଼ାଯାଉଛନ୍ତି । କିନ୍ତୁ ପିଲମାନେ ପାଠପଢା ବୁଝି ପାରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ବୋର୍ଡ ପରୀକ୍ଷାର ମାର୍କ ବେଶ ଗୁରୁତ୍ବପୂର୍ଣ୍ଣ ହୋଇଥିବାବେଳେ ଏବେ ପର୍ଯ୍ୟନ୍ତ ଯୁକ୍ତ ଦୁଇ କୋର୍ସ ସରିନାହିଁ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ସେପଟେ ସଠିକ ଭାବେ ଅନଲାଇନ କ୍ଲାସ ଯେଉଁମାନେ କରିପାରି ନାହଁନ୍ତି ସେମାନେ କିଭଳି ପରୀକ୍ଷା ଦେବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଉପାନ୍ତ ଅଞ୍ଚଳରୁ ରାଜଧାନୀ ଭୁବନେଶ୍ବର ଯାଏଁ ସବୁଠି ଛାତ୍ରଛାତ୍ରୀଙ୍କର ଅନଲାଇନ ପାଠପଢ଼ାରେ ସମସ୍ୟା ରହିଛି । ଯୁକ୍ତ ଦୁଇରେ ମଧ୍ୟ କ୍ବାଟର ପରୀକ୍ଷା ହିସାବରେ ମାର୍କ ଦିଆଯାଉ ବୋଲି ଛାତ୍ରଛାତ୍ରୀ ଅନୁରାଧ କରିଛନ୍ତି । ନଚେତ ଅଫଲାଇନ କ୍ଲାସ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details