ଓଡିଶା

odisha

ETV Bharat / city

ରାଜ୍ୟସ୍ତରୀୟ କୁମାର ଉତ୍ସବରେ ଡ଼ଃ ଅରୁନ୍ଧତୀ ଦେବୀଙ୍କୁ କୁମାରଶ୍ରୀ ସମ୍ମାନ - ରାଜ୍ୟସ୍ତରୀୟ କୁମାର ଉତ୍ସବ

ଜୟଦେବ ଭବନରେ 19ତମ ରାଜ୍ୟସ୍ଥରୀୟ କୁମାର ଉତ୍ସବ ପାଳିତ ହୋଇଛି । ଡ଼ଃ ଅରୁନ୍ଧତୀ ଦେବୀଙ୍କୁ 2019 ମସିହା ପାଇଁ କୁମାର ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

By

Published : Oct 14, 2019, 4:18 AM IST

ଭୁବନେଶ୍ବର: ଜୟଦେବ ଭବନରେ 19ତମ ରାଜ୍ୟସ୍ଥରୀୟ କୁମାର ଉତ୍ସବ ପାଳିତ ହୋଇଛି । ଯୁବ ପ୍ରେରଣାର ପର୍ବ ଭାବେ ୟୁଥ ସଙ୍ଗଠନ ପକ୍ଷରୁ କୁମାର ଉତ୍ସବ ପାଳନ କରାଯାଉଛି ।
ଏହି ଅବସରରେ ଡ଼ଃ ଅରୁନ୍ଧତୀ ଦେବୀଙ୍କୁ 2019 ମସିହା ପାଇଁ କୁମାର ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
ବିଗତ 18 ବର୍ଷ ଧରିପ୍ରତିବର୍ଷ ସମାଜର ଉନ୍ନତି ସାଧନ ନିମିତ୍ତ କାର୍ଯ୍ୟ କରୁଥିବା ଜଣେ ଅବିବାହିତ ବ୍ୟକ୍ତିଙ୍କୁ ଏହି ସମ୍ମାନ ସଙ୍ଗଠନ ପ୍ରଦାନ କରୁଛି । ତେବେ ଚଳିତବର୍ଷ ସାରା ବିଶ୍ବରେ ଉତ୍ତମ ସମାଜ ଗଠନ ସହିତ ଶିଶୁଙ୍କୁ ସଫଳ ଦିଗଦର୍ଶନ ଦେଇ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ଥିବା ଡ଼ଃ ଅରୁନ୍ଧତୀ ଦେବୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ,ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଯୋଗ ଦେଇଥିଲେ । ଏଥିସହିତ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ଅଭିନେତା ଶ୍ରୀ ସୋମେଶ ମହାନ୍ତି, ଅଭିନେତ୍ରୀ ଗାର୍ଗୀ ମହାନ୍ତି, ସମାଜସେବୀ ସଦାଶିବ ଜେନାଙ୍କୁ ଅନୁଷ୍ଠାନ ପକ୍ଷରୁ ୟୁଥ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି ।

କୁମାର ଉତ୍ସବ ଓଡିଆ ସଂସ୍କୃତି ଓ ପରମ୍ପରାର ଏକ ନିଆରା ପ୍ରତିଛବି । ଯୁବକ ଓ ଯୁବତୀଙ୍କ ସମାଜ ପ୍ରତି ଥିବା କର୍ତ୍ତବ୍ୟ ଓ କୁମାର ଉତ୍ସବର ମହତ୍ବ ସମ୍ପର୍କରେ ଆଲୋଚନା ହୋଇଥିଲା । ଯୁବସମାଜ ସମାଜ ପରିବର୍ତ୍ତନ ପାଇଁ ଆଗକୁ ଆସିବାକୁ ମନ୍ତ୍ରୀ ଆହ୍ବାନ କରିଥିଲେ ।

ଆମର ପ୍ରଥା ଓ ପରମ୍ପରା ସହିତ ବୈଜ୍ଞାନିକ ସମ୍ମତ ଯୁକ୍ତି ରହିଛି । ଏହା ଆମ ମାନଙ୍କ ହିତ ପାଇଁ ଉର୍ଦ୍ଦିଷ୍ଟ ବୋଲି ସଙ୍ଗଠନର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ କହିଛନ୍ତି । ପୁରସ୍କାର ବିତରଣ ପରେ କୁମାର ପୂର୍ଣ୍ଣିମା ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଯାହାକୁ ଦର୍ଶକମାନେ ଉପଭୋଗ କରିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details