ଓଡିଶା

odisha

ETV Bharat / city

ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା: SEC - ଓଡିଶା ପୌର ନିର୍ବାଚନ ଖବର

ଆସନ୍ତାକାଲି(ଗୁରୁବାର) ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢୀଙ୍କ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ

SEC
SEC

By

Published : Mar 23, 2022, 4:57 PM IST

ଭୁବନେଶ୍ବର: ଆସନ୍ତାକାଲି(ଗୁରୁବାର) ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢୀଙ୍କ ସାମ୍ବାଦିକ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ଆୟୋଗ କହିଛନ୍ତି, ଆସନ୍ତାକାଲି(ଗୁରୁବାର) ରାଜ୍ୟର 106ଟି ମ୍ୟୁନିସିପାଲିଟି, ଏନଏସି ଓ 3 ମହାନଗର ନିଗମରେ ଭୋଟ ଗ୍ରହଣ ହେବ । ମତଦାନ ବେଳେ ଶାନ୍ତି ଶୃଙ୍ଖଳା ପାଇଁ ରକ୍ଷା ମୋଟ 195 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଭୁବନେଶ୍ବର ମହାନଗର ନିଗମ ପାଇଁ 30 ପ୍ଲାଟୁନ, କଟକ ମହାନଗର ନିଗମ ପାଇଁ 20 ଓ ବ୍ରହ୍ମପୁର ମହାନଗର ପାଇଁ 10ଟି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ବୁଥ ଗୁଡିକରେ ଭିଡିଓଗ୍ରାଫି କରାଯିବ ବୋଲି କହିଛନ୍ତି ।

ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା: SEC

ସେହିପରି ଆୟୋଗ କହିଛନ୍ତି ପୌର ନିର୍ବାଚନ ପାଇଁ ସକାଳ 8 ଟାରୁ ସଂଧ୍ୟା 5ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ତେଣୁ ସମସ୍ତ ସହରାଞ୍ଚଳ ମତଦାନ ଭୋଟ ଦାନ କରି ନିଜ ନିଜ ଦାୟିତ୍ବ ତୁଳାଇବାକୁ ନିବେଦନ କରିଛନ୍ତି । ଅନ୍ୟପଟେ ଭୋଟରଙ୍କୁ ଟଙ୍କା ବଣ୍ଟା ନେଇ ଭାଇରାଲ ଭିଡିଓ ସମ୍ପର୍କରେ ଆୟୋଗ କହିଛନ୍ତି ଅଭିଯୋଗ ଆସିଛି । ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛୁ । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନେବୁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭ ଭାରତ

ABOUT THE AUTHOR

...view details