ଭୁବନେଶ୍ବର: ରାଜଧାନୀରେ 194ଟି ବେଆଇନ ଆପାର୍ଟମେଣ୍ଟକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।
ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବେଆଇନ ଆପାର୍ଟମେଣ୍ଟ ସମ୍ପର୍କିତ ଏକ ପ୍ରଶ୍ନ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ପଚାରିଥିଲେ । ପ୍ରଶ୍ନର ଉତ୍ତରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ଉତ୍ତର ରଖିଛନ୍ତି।ରାଜଧାନୀ ଭୁବନେଶ୍ବରରେ ମୋଟ 1643 ଟି ଆପାର୍ଟମେଣ୍ଟର ନକ୍ସା ଆନୁମୋଦିତ ହୋଇଥିବା ବେଳେ ମୋଟ 487ଟି ଆପାର୍ଟମେଣ୍ଟ ବେଆଇନ ଭାବେ ନିର୍ମିତ ହୋଇଛି। ଏଗୁଡ଼ିକ ମଧ୍ୟରୁ 194ଟି ଆପାର୍ଟମେଣ୍ଟକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି।