ଓଡିଶା

odisha

ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ , ଦିନକରେ 1931 ପଜିଟିଭ ଚିହ୍ନଟ - ରାଜ୍ୟ କୋରୋନା ଅପଡେଟ

ରାଜ୍ୟରେ କମୁଛି ସଂକ୍ରମଣ ହାର । ଗୋଟିଏ ଦିନରେ 1931 ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

1931 more corona positive found in odisha
ରାଜ୍ୟରେ କମୁଛି ସଂକ୍ରମଣ , ଦିନକରେ 1931 ପଜିଟିଭ ଚିହ୍ନଟ

By

Published : Oct 21, 2020, 12:32 PM IST

ଭୁବନେଶ୍ବର : ରାଜ୍ୟରେ କମୁଛି ସଂକ୍ରମଣ । କୋରୋନା ଗ୍ରାଫ ତଳମୁହାଁ ହେବାରେ ଲାଗିଛି । ଗୋଟିଏ ଦିନରେ 1931 ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ କେନ୍ଦ୍ରରୁ 1120 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 811 ଆକ୍ରାନ୍ତ ରହିଛନ୍ତି ।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 120, ବାଲେଶ୍ବରରୁ 73, ବରଗଡରୁ 66, ଭଦ୍ରକରୁ 64 ଓ ବାଲାଙ୍ଗୀରରୁ 64 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧରୁ 7, କଟକରୁ 135 ,ଦେବଗଡରୁ 9, ଢେଙ୍କାନାଳରୁ 35 , ଗଜପତିରୁ 9, ଗଞ୍ଜାମରୁ 27, ଜଗତସିଂହପୁରରୁ 78, ଯାଜପୁରରୁ 67, ଝାରସୁଗୁଡାରୁ 56 ଓ କଳାହାଣ୍ତିରୁ 45, କନ୍ଧମାଳରୁ 46, କେନ୍ଦ୍ରାପଡାରୁ 61, କେନ୍ଦୁଝରରୁ 65, ଖୋର୍ଦ୍ଧାରୁ 273, କୋରୋପୁଟରୁ 29 , ମାଲକାନଗିରିରୁ 38, ମୟୂରଭଞ୍ଜରୁ 99 ଓ ନବରଙ୍ଗପୁରରୁ 62 ଆକ୍ରାନ୍ତ ରହିଛନ୍ତି ।

ଅନ୍ୟପଟେ ନୟାଗଡରୁ 23, ନୂଆପଡାରୁ 43,ପୁରୀରୁ 72, ରାୟଗଡାରୁ 25,ସମ୍ବଲପୁରରୁ 37,ସୋନପୁରରୁ 30 ଓ ସୁନ୍ଦରଗଡରୁ 104 ସଂକ୍ରମିତ ରହିଛନ୍ତି । ସମୁଦାୟ 274181 ପଜିଟିଭ ରହିଥିବାବେଳେ 20750ଟି ସକ୍ରିୟ ମାମଲା ରହିଛି । ଏହାସହ 252197 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏବେ ସୁଦ୍ଧା 4159394 କୋଭିଡ ପରୀକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details