ଭୁବନେଶ୍ବର: କଲ ସେଣ୍ଟର ବୁଲିଲେ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ଦାୟିତ୍ୱ ନେବା ପରେ କୋଭିଡ କଲ ସେଣ୍ଟର ବୁଲିଲେ ସ୍ମାର୍ଟସିଟି ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ସିଂ । ଯେଉଁମାନେ କଲ ସେଣ୍ଟରକୁ କଲ କରୁଛନ୍ତି ସେମାନଙ୍କୁ ତୁରନ୍ତ ସହାୟତା କରିବା ପାଇଁ ସ୍ମାର୍ଟସିଟି ସମସ୍ତ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦେଲେ ନବନିଯୁକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ।
ଭୁବନେଶ୍ୱର ସ୍ମାର୍ଟସିଟି ଦ୍ୱାରା ପରିଚାଳିତ ୨୪ ଘଣ୍ଟିଆ କଲ ସେଣ୍ଟରରେ କିଭଳି କାର୍ଯ୍ୟ ହେଉଛି ତାର ତଦାରଖ କରିଛନ୍ତି ସ୍ମାର୍ଟସିଟି ଅଧିକାରୀ । ବିଶେଷକରି କଲ ସେଣ୍ଟରରୁ କାର୍ଯ୍ୟକ୍ଷମ ଷ୍ଟେସନ ଗୁଡ଼ିକରେ କିଭଳି ଅଭିଯୋଗ ଆସୁଛି, କଲ ଯାଉଛି ଏବଂ ଡାକ୍ତରଙ୍କ ପରାମର୍ଶ କେମିତି ଚାଲିଛି ତାର ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିଛନ୍ତି ।
ସ୍ମାର୍ଟସିଟି ଦ୍ୱାରା ପରିଚାଳିତ କୋଭିଡ ଷ୍ଟେସନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆହୁରି ଅଧିକ 5ଟି ଷ୍ଟେସନ କରିବାକୁ ନିର୍ଦ୍ଦେଶ ଦେଲେ । ଆସନ୍ତା କାଲି ଠାରୁ କଲ ସେଣ୍ଟରରେ ପୁରୁଷ ଓ ମହିଳା ଡାକ୍ତରଙ୍କ ପାଇଁ ପୃଥକ ବିଶ୍ରାମ କକ୍ଷ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଲେ ସଞ୍ଜୟ ।