ଓଡିଶା

odisha

ETV Bharat / city

ରାଜ୍ୟରେ ପୁଣି 1913 କୋରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ - କୋରୋନା ପଜିଟିଭ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ପୁଣି 1913 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ତାଲିକାରେ ଖୋର୍ଦ୍ଧାର ସର୍ବାଧିକ 254 ପଜିଟିଭ ଅଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ ପୁଣି 1913 କୋରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ
ରାଜ୍ୟରେ ପୁଣି 1913 କୋରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

By

Published : Oct 22, 2020, 12:42 PM IST

ଭୁବନେଶ୍ବର: ଗତ 24 ଘଣ୍ଟାରେ ରାଜ୍ୟରେ ପୁଣି 1913 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ତାଲିକାରେ ଖୋର୍ଦ୍ଧାର ସର୍ବାଧିକ ପଜିଟିଭ ଅଛନ୍ତି । ସେହିପରି ହୋମ କ୍ବାରେଣ୍ଟିନରୁ 1109 ଜଣ ଚିହ୍ନଟ ହୋଇଥିବା ବେଳେ 804 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ରାଜ୍ୟରେ ପୁଣି 1913 କୋରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଥିବାବେଳେ କଟକରେ 150, ଅନୁଗୋଳରେ 106, ବାଲେଶ୍ୱରରେ 73, ବରଗଡରେ 63, ଭଦ୍ରକରେ 46, ବଲାଙ୍ଗୀରରେ 63, ବୌଦ୍ଧରେ 12, ଢେଙ୍କାନାଳରେ 48, ଗଜପତିରେ 4, ଗଞ୍ଜାମରେ 28, ଜଗତସିଂହପୁରରେ 99, ଯାଜପୁରରେ 72, ଝାରସୁଗୁଡ଼ାରେ 48, କଳାହାଣ୍ଡିରେ 82, କନ୍ଧମାଳରେ 48, କେନ୍ଦ୍ରାପଡାରେ 51, କେନ୍ଦୁଝରରେ 74, କୋରାପୁଟରେ 54, ମାଲକାନଗିରିରେ 16, ମୟୂରଭଞ୍ଜରେ 92, ନବରଙ୍ଗପୁରରେ 41, ନୟାଗଡରେ 33, ନୂଆପଡାରେ 63, ପୁରୀରେ 55, ରାୟଗଡାରେ 14, ସମ୍ବଲପୁରରେ 50, ସୋନପୁରରେ 20, ସୁନ୍ଦରଗଡରେ 99 ଏବଂ ଷ୍ଟେଟପୁଲରେ 50 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ରାଜ୍ୟରେ ଚିହ୍ନଟ ଆଜିର ସଂକ୍ରମିତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା 2,760,94 ହୋଇଛନ୍ତି । ତନ୍ମଧ୍ୟରୁ 2,549,13 ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି 19,932ଟି ମାମଲା ସକ୍ରିୟ ରହିଛି । ଏଯାବତ୍ ରାଜ୍ୟରେ ମୋଟ 41,995,08 ଜଣଙ୍କ ଟେଷ୍ଟ ହୋଇସାରିଛି ।



ଭୁବନେଶ୍ବରରୁ ବିକାଶ ଦାସ, ଇଟିିଭି ଭାରତ

ABOUT THE AUTHOR

...view details