ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ସେହିପରି ରାଜ୍ୟରେ 24 ଘଣ୍ଟାରେ 1908 ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତ ସୁସ୍ଥ ସଂଖ୍ୟା 2 ଲକ୍ଷ 72ହଜାର 38ରେ ପହଞ୍ଚିଛି ।
24 ଘଣ୍ଟାରେ ରାଜ୍ୟରେ 1908 ଆକ୍ରାନ୍ତ ସୁସ୍ଥ - କୋରୋନା
ରାଜ୍ୟରେ 24 ଘଣ୍ଟାରେ 1908 ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ୟର ମୋଟ ଆକ୍ରାନ୍ତ ସୁସ୍ଥ ସଂଖ୍ୟା 2 ଲକ୍ଷ 72ହଜାର 38ରେ ପହଞ୍ଚିଛି । ଅଧିକ ପଢନ୍ତୁ...
![24 ଘଣ୍ଟାରେ ରାଜ୍ୟରେ 1908 ଆକ୍ରାନ୍ତ ସୁସ୍ଥ 24 ଘଣ୍ଟାରେ ରାଜ୍ୟରେ 1908 ଆକ୍ରାନ୍ତ ସୁସ୍ଥ](https://etvbharatimages.akamaized.net/etvbharat/prod-images/768-512-9359815-272-9359815-1603985154119.jpg)
1908 ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ 222, କଟକରେ 100, ମୟୂରଭଞ୍ଜରେ 80, ସୁନ୍ଦରଗଡରେ 170, ଅନୁଗୋଳରେ 126, କେନ୍ଦ୍ରାପଡାରେ 102, ବଲାଙ୍ଗୀରରେ 96, ବାଲେଶ୍ବରରେ 89, କଳାହାଣ୍ଡିରେ 76, ଜଗତସିଂହପୁରରେ 73, ନୂଆପଡାରେ 68, ଝାରସୁଗୁଡାରେ 55, ଢେଙ୍କାନାଳରେ 49, ଯାଜପୁରରେ 48, ପୁରୀରେ 47, ନବରଙ୍ଗପୁର ଓ ସମ୍ବଲପୁରରେ 45, କନ୍ଧମାଳ ଓ କେନ୍ଦୁଝରରେ 42, ବରଗଡ ଓ ସୋନପୁର 37, ମାଲକାନଗିରିରେ 35, ରାୟଗଡାରେ 34, କୋରାପୁଟରେ 33, ବୌଦ୍ଧରେ 32, ନୟାଗଡରେ 30, ଭଦ୍ରକରେ 25, ଗଞ୍ଜାମରେ 20, ଗଜପତିରେ 5, ଦେଓଗଡରେ 4 ଓ ଷ୍ଟେଟ ପୋଲରେ 41 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ