ଓଡିଶା

odisha

By

Published : Jun 20, 2020, 3:59 PM IST

ETV Bharat / city

ରାଜଧାନୀରେ ଆଉ 19 କୋରୋନା ଆକ୍ରାନ୍ତ, 15 ସ୍ଥାନୀୟ ସଂକ୍ରମିତ

ରାଜଧାନୀରେ ପୁଣି 19 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 15 ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ଅନ୍ୟ 4 ଜଣ ସଙ୍ଗରୋଧ କେନ୍ଦ୍ରରୁ ଆସିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ରାଜଧାନୀରେ 19 କୋରୋନା ଆକ୍ରାନ୍ତ, 15 ସ୍ଥାନୀୟ ସଂକ୍ରମିତ
ରାଜଧାନୀରେ 19 କୋରୋନା ଆକ୍ରାନ୍ତ, 15 ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଶନିବାର ରାଜଧାନୀରେ ପୁଣି 19 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ 15 ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ଅନ୍ୟ 4 ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ସୂଚନା ମିଳିଛି । ତାଙ୍କ ମଧ୍ୟରେ 9 ଜଣ ମେଡିକାଲ କର୍ମଚାରୀ ମଧ୍ୟ ଅଛନ୍ତି । ଏହାସହ ଅଧିକାଂଶ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତାଙ୍କୁ ସଂସ୍ପର୍ଶରେ ଆସିଛନ୍ତି ।

ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ ଥିବା 43, 55, 44 ଓ 32 ବର୍ଷୀୟ ସମସ୍ତ ପୁରୁଷ ରେଳବିଭାଗର କର୍ମଚାରୀ ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ 15 ଜଣ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ 6 ଜଣ ଆକ୍ରାନ୍ତ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ବରରେ ମୋଟ 184 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 86 ଜଣ ସୁସ୍ଥ ଏବଂ 94 ମାମଲା ସକ୍ରିୟ ରହିଛି । ସେହିପରି 3 ଜଣଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ବରରୁ ବିକଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details