ଓଡିଶା

odisha

By

Published : May 7, 2021, 9:22 AM IST

ETV Bharat / city

ରାଜ୍ୟରୁ ଦିନକରେ କୋରୋନା ନେଲା 19 ଜୀବନ

ରାଜ୍ୟରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ରାଜ୍ୟରେ ମହାମାରୀ ନେଇଛି 19 ଜଣଙ୍କ ମୁଣ୍ଡ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ରାଜ୍ୟରେ କୋରୋନା ନେଲା 19 ଜୀବନ
ରାଜ୍ୟରେ କୋରୋନା ନେଲା 19 ଜୀବନ

ଭୁବନେଶ୍ବର:ରାଜ୍ୟରେ ଅଣାୟତ ହେଲାଣି ମହାମାରୀ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଗୁରବାର 17 ଜଣ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଆଜି ରାଜ୍ୟରେ ମହାମାରୀ ନେଇଛି 19 ଜଣଙ୍କ ମୁଣ୍ଡ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ମୃତକଙ୍କ ମଧ୍ୟରୁ ଅନୁଗୋଳରୁ ଜଣେ 35 ବର୍ଷିୟ ପୁରୁଷ, ଭୁବନେଶ୍ବରୁ ଜଣେ 63 ବର୍ଷିୟ ମହିଳା, ବଲାଙ୍ଗୀରରୁ ଜଣେ 55 ବର୍ଷିୟ ମହିଳା, କଟକରୁ ଜଣେ 78 ବର୍ଷିୟ ମହିଳା , ଦେବଗଡରୁ ଜଣେ 35 ବର୍ଷିୟ ପୁରୁଷ, ଗଞ୍ଜାମରୁ 2ଜଣେ 46 ଓ 61 ବର୍ଷିୟ ପୁରୁଷ, ଗଜପତିରୁ ଜଣେ 60 ବର୍ଷିୟ ପୁରୁଷ, ଝାରସୁଗୁଡାରୁ ଜଣେ 29 ବର୍ଷିୟ ମହିଳା, କଲାହାଣ୍ଡିରୁ ଜଣେ 55 ବର୍ଷିୟ ମହିଳା, ଖୋର୍ଦ୍ଧାରୁ ଜଣେ 52 ବର୍ଷିୟ ମହିଳା ,ଜଣେ 45ବର୍ଷିୟ ପୁରୁଷ ଓ ଜଣେ 38 ବର୍ଷିୟ ପୁରୁଷ, ପୁରୀରୁ ଜଣେ 40 ବର୍ଷିୟ ପୁରୁଷ, ସୁନ୍ଦରଗଡରୁ 3ଜଣ 63-37-58 ବର୍ଷିୟ ମହିଳା ଓ ଜଣେ 50 ବର୍ଷିୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details