ଓଡିଶା

odisha

ETV Bharat / city

ରାଜଧାନୀରେ ବଦଳୁଛି ସରକାରୀ ସ୍କୁଲ, ଶିଶୁ ଦିବସରେ ହେବ ଲୋକାର୍ପଣ

ବିଭିନ୍ନ ସରକାରୀ ସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରୁଛନ୍ତି ରାଜ୍ୟ ସରକାର । ଏଥିରେ ରାଜଧାନୀରେ ଅନେକ ସ୍କୁଲ ସାମିଲ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୮ଟି ପ୍ରମୁଖ ବିଦ୍ୟାଳୟକୁ ନୂଆ ରୂପ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଶିଶୁ ଦିବସରେ ଏହି ସବୁ ସ୍କୁଲର ଲୋକାର୍ପଣ ହେବ । ଅଧିକ ପଢନ୍ତୁ...

By

Published : Nov 3, 2021, 10:12 AM IST

ରାଜଧାନୀରେ ବଦଳୁଛି ସରକାରୀ ସ୍କୁଲ
ରାଜଧାନୀରେ ବଦଳୁଛି ସରକାରୀ ସ୍କୁଲ

ଭୁବନେଶ୍ବର: ବଦଳୁଛି ସରକାରୀ ସ୍କୁଲ ରୂପରେଖ । ବିଭିନ୍ନ ସରକାରୀ ସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରୁଛନ୍ତି ରାଜ୍ୟ ସରକାର । ଏଥିରେ ରାଜଧାନୀରେ ଅନେକ ସ୍କୁଲ ସାମିଲ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୮ଟି ପ୍ରମୁଖ ବିଦ୍ୟାଳୟକୁ ନୂଆ ରୂପ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଶିଶୁ ଦିବସରେ ଏହି ସବୁ ସ୍କୁଲର ଲୋକାର୍ପଣ ହେବ ।

ଶ୍ରେଣୀଗୃହଠାରୁ ଆରମ୍ଭ କରି ଖେଳପଡ଼ିଆ ପର୍ଯ୍ୟନ୍ତ ସାମଗ୍ରିକ ଭାବେ ପରିବରର୍ତ୍ତନ ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ଏହି ବିଦ୍ୟାଳୟ ଲୋକାର୍ପଣ ହେବାରୁ ଯୋଜନା ପ୍ରସ୍ତୁତ ହେଉଛି। 5ଟି ହାଇସ୍କୁଲ ବିଦ୍ୟାଳୟ ଚେହେରା ବଦଳାଇବା ନେଇ ଗଞ୍ଜାମ ଜିଲ୍ଲାର 50ଟି ସ୍କୁଲକୁ ମୁଖ୍ୟମନ୍ତ୍ରୀ ଅଗଷ୍ଟ ମାସରେ ଲୋକାର୍ପଣ କରିଥିଲେ। ଆସନ୍ତା ଶିଶୁ ଦିବସରେ ଆଉ 1022ଟି ସ୍କୁଲକୁ ଲୋକାର୍ପଣ କରିବା ଯୋଜନା ରହିଛି। ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯିବା ସହିତ ନଭେମ୍ବର 14 ପୂର୍ବରୁ ଏଗୁଡିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଜିଲ୍ଲା ସ୍ତରରେ ଉଦ୍ୟମ ଚାଲିଛି।

ଶିକ୍ଷାଦାନ ପାଇଁ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ, ସାଇନ୍ସଲ୍ୟାବ୍, ଖେଳ ପଡ଼ିଆ ସହିତ ଖେଳ ସାମଗ୍ରୀ, ସ୍ମାର୍ଟ ଲାଇବ୍ରେରୀ, ଆଦିର ବ୍ୟବସ୍ଥା କରାଯାଇଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ସେମାନେ କିପରି ଶିକ୍ଷାଦାନ କରିବେ ସେନେଇ ପ୍ରଶିକ୍ଷଣ ନେଉଛନ୍ତି। ଏହାକୁ ପର୍ଯ୍ୟାୟ କ୍ରମେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ। ରାଜଧାନୀର ସରକାରୀ ଉଚ୍ଚ ବିଦ୍ୟାଳୟ ୟୁନିଟ୍-1, ବି.ଏମ୍ ଉଚ୍ଚ ବିଦ୍ୟାଳୟ, କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ ୟୁନିଟ୍‌-3, ସରକାରୀ ଉଚ୍ଚ ବିଦ୍ୟାଳୟ ୟୁନିଟ୍-3, ସରକାରୀ ଉଚ୍ଚ ବିଦ୍ୟାଳୟ ୟୁନିଟ୍-9, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୟୁନିଟ୍-9, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ୟୁନିଟ୍-8, ଟି.ବି ପ୍ରେସ୍ ଉଚ୍ଚ ବିଦ୍ୟାଳୟ ରହିଛି ।

ସେହିପରି କ୍ୟାପିଟାଲ ବାଳିକା ଉଚ୍ଚ ବିଦ୍ୟାଳୟ ୟୁନିଟ୍-2, ସରକାରୀ ଉଚ୍ଚ ବିଦ୍ୟାଳୟ ଖଣ୍ଡଗିରି, ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଗଡ଼, ସରକାରୀ ଉଚ୍ଚ ବିଦ୍ୟାଳୟ ଲକ୍ଷ୍ମୀସାଗର, ସୟଦ ମମତାଜ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ୟୁନିଟ୍-6, ମହାରଥା ବିଦ୍ୟାପୀଠ ନହରକଣ୍ଟା, ସରକାରୀ ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରଶେଖରପୁର ଫେଜ୍-2, ସରକାରୀ ଉଚ୍ଚ ବିଦ୍ୟାଳୟ ସହିଦନଗର ଆଦି ଚଳିତ ମାସରେ ଲୋକାର୍ପଣ କରାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details