ଭୁବନେଶ୍ବର:ରାଜ୍ୟରେ ବଢୁଛି ବ୍ଲାକ ଫଙ୍ଗସ ସଂକ୍ରମଣ । ବ୍ଲାକ ଫଙ୍ଗସ ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା 18 ଜଣ ପ୍ରାଣ ହରାଇ ସାରିଲେଣି । କେତେକ ଗୁରୁତର କୋରୋନା ସଂକ୍ରମିତ ବ୍ଲାକ ଫଙ୍ଗସର ଶିକାର ହେଉଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 129 ଜଣ ବ୍ଲାକ ଫଙ୍ଗସ ସଂକ୍ରମିତ ଚିହ୍ନଟ ହୋଇ ସାରିଛନ୍ତି । ସେମାନଙ୍କ ମଧ୍ୟରେ 18 ଜଣଙ୍କ ମୃତ୍ୟୁ ଘଟିଛି।
ରାଜ୍ୟରେ ବଢୁଛି BLACK FUNGUS, ସଂକ୍ରମଣରେ 18 ମୃତ ରାଜ୍ୟରେ କୋରୋନା ସଂକ୍ରମିତ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗିବାର ନାଁ ଧରୁନି । ଏଭଳି ସ୍ଥିତିରେ ବ୍ଲାକ ଫଙ୍ଗସ ଚିନ୍ତାକୁ ଦ୍ବିଗୁଣିତ କରିଛି । ରାଜ୍ୟରେ ମୋଟ 26ଟି ଜିଲ୍ଲାରେ ବ୍ଲାକ ଫଙ୍ଗସ ସଂକ୍ରମିିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବ୍ଲାକ ଫଙ୍ଗସ ସଂକ୍ରମିତ ରହିଛନ୍ତି । ଗତ ମେ ମାସରେ ରାଜ୍ୟରେ ପ୍ରଥମ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ରାଜ୍ୟରେ ବ୍ଲାକ ଫଙ୍ଗସକୁ ନେଇ ଚିନ୍ତା କରିବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ରାଜ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ବ୍ଲାକ ଫଙ୍ଗସ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ବ୍ଲାକ ଫଙ୍ଗସ ସଂକ୍ରମଣ ହାର ଧିମା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ରାଜ୍ୟରେ ବଢୁଛି ବ୍ଲାକ ଫଙ୍ଗସର ସଂକ୍ରମଣ ସହ ବଢୁଛି ମୃତ୍ୟୁ ସଂଖ୍ୟା। ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ 129 ଜଣ ଲୋକ ବ୍ଲାକ ଫଙ୍ଗସରେ ସଂକ୍ରମିତ ହେଲେଣି। ସେମାନଙ୍କ ମଧ୍ୟରେ 18 ଜଣ ବ୍ଲାକ ଫଙ୍ଗସରେ ମୃତ୍ୟୁବରଣ କରିଥିବା ବେଳେ 12 ଜଣ ବ୍ଲାକ ଫଙ୍ଗସର ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ