ଓଡିଶା

odisha

By

Published : May 11, 2021, 8:53 AM IST

ETV Bharat / city

କୋରୋନାର କରାଳ ରୂପ, ଦିନକରେ ରାଜ୍ୟରୁ ନେଲା 18 ମୁଣ୍ଡ

ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । 24 ଘଣ୍ଟାରେ 18 ଜୀବନ ନେଲା ମହାମାରୀ । ଅଧିକ ପଢନ୍ତୁ...

କମୁନି ମୃତ୍ୟୁ ସଂଖ୍ୟା, ଦିନକରେ କୋରୋନା ନେଲା 18 ଜୀବନ
କମୁନି ମୃତ୍ୟୁ ସଂଖ୍ୟା, ଦିନକରେ କୋରୋନା ନେଲା 18 ଜୀବନ

ଭୁବନେଶ୍ବର:ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ସୋମବାର 17 ଜଣ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ରାଜ୍ୟରେ 18 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ସେଥିମଧ୍ୟରୁ ଅନୁଗୋଳରୁ 4ଜଣ 83, 65, 60, 45 ବର୍ଷିୟ ପୁରୁଷ ହୋଇଥିବା ବେଳେ ଭୁବନେଶ୍ବରରୁ 2 ଜଣ 77, 85 ବର୍ଷିୟ ପୁରୁଷ ରହିଛନ୍ତି ।

ସେହିପରି ବୌଦ୍ଧରୁ ଜଣେ 45 ବର୍ଷିୟ ମହିଳା, ଦେବଗଡରୁ ଜଣେ 45 ବର୍ଷିୟ ପୁରୁଷ , ଗଜପତିରୁ 62 ବର୍ଷିୟ ପୁରୁଷ, ଖୋର୍ଦ୍ଧାରୁ ଜଣେ 26 ବର୍ଷିୟ ପୁରୁଷ, କଳାହାଣ୍ଡିରୁ 2ଜଣ 39, 29 ବର୍ଷିୟ ପୁରୁଷ, ମାଲକାନଗିରରୁ ଜଣେ 60 ବର୍ଷିୟ ମହିଳା, ପୁରୀରୁ ଜଣେ 52 ବର୍ଷିୟ ପୁରୁଷ, ରାୟଗଡାରୁ 2ଜଣ 77 ଓ 45 ବର୍ଷିୟ ପୁରୁଷ, ସୁନ୍ଦରଗଡରୁ ଜଣେ 53 ବର୍ଷିୟ ପୁରୁଷ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ଏନେଇ ସ୍ବାସ୍ଥ୍ୟ ଓ ପରିବାକ କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details