ଓଡିଶା

odisha

ରାଜ୍ୟରେ କମୁଛି ସଂକ୍ରମଣ, ଦିନକରେ 1793 ନୂଆ ଆକ୍ରାନ୍ତ ଚିହ୍ନଟ

ଶୁକ୍ରବାର ରାଜ୍ୟରୁ 1793 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 1031 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 762 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ ...

By

Published : Oct 23, 2020, 12:39 PM IST

Published : Oct 23, 2020, 12:39 PM IST

ETV Bharat / city

ରାଜ୍ୟରେ କମୁଛି ସଂକ୍ରମଣ, ଦିନକରେ 1793 ନୂଆ ଆକ୍ରାନ୍ତ ଚିହ୍ନଟ

ଦିନକରେ  1793 ନୂଆ ଆକ୍ରାନ୍ତ ଚିହ୍ନଟ
ଦିନକରେ 1793 ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମୁଛି ସଂକ୍ରମଣ । ଏହି କ୍ରମରେ ଶୁକ୍ରବାର ରାଜ୍ୟରୁ 1793 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 1031 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 762 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ଶୁକ୍ରବାର ଚିହ୍ନଟ 1793 ଆକ୍ରାନ୍ତଙ୍କ ମଧି୍ୟରୁ ଖୋର୍ଦ୍ଧାରେ 208 ଆକ୍ରାନ୍ତ ଚିହ୍ନ ହୋଇଥିବା ବେଳେ କଟକରେ 160, ଅନୁଗୋଳ 107, ବାଲେଶ୍ୱରରେ 40, ବରଗଡରେ 61, ଭଦ୍ରକରେ 68, ବଲାଙ୍ଗୀରିରେ 76, ବୌଦ୍ଧରେ 4, ଢେଙ୍କାନାଳରେ 22, ଗଜପତିରେ 11, ଗଂଜାମରେ 16, ଜଗତସିଂହପୁରରେ 52, ଯାଜପୁରରେ 76, ଝରସୁଗୁଡ଼ାରେ 53, କଳାହାଣ୍ଡିରେ 45, କନ୍ଧମାଳରେ 20, କେନ୍ଦ୍ରାପଡାରେ 61, କେନ୍ଦୁଝରରେ 63, କୋରାପୁଟରେ 34, ମାଲକାନଗିରିରେ 34, ମୟୂରଭଞ୍ଜରେ 104, ନବରଙ୍ଗପୁରରେ 65, ନୟାଗଡରେ 34 , ନୂଆପଡାରେ 84, ପୁରୀରେ 82, ରାୟଗଡାରେ 14, ସମ୍ବଲପୁରରେ 40, ସୋନପୁରରେ 8, ସୁନ୍ଦରଗଡରେ 99 ଏବଂ ଷ୍ଟେଟ ପୋଲରେ 44 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତୁ ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 77 ହଜାର 887ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 57 ହଜାର 41 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 19 ହଜାର 579 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଏଯାବତ୍ 42 ଲକ୍ଷ 40 ହଜାର 241 କୋରୋନା ଟେଷ୍ଟ ସରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details