ଓଡିଶା

odisha

ETV Bharat / city

Odisha Assembly: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଖୁବଶୀଘ୍ର ପୂରଣ ହେବ ୧୭୩୦ SI ଓ ASI ପଦ

ବିଧାନସଭାରେ ଆଜି ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ପରିତ ହୋଇଛି । ଖୁବଶୀଘ୍ର ୧୭୩୦ SI ଓ ASI ପଦ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଅନ୍ୟପଟେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ

OdishaAssembly
OdishaAssembly

By

Published : Jul 20, 2022, 10:41 PM IST

ଭୁବନେଶ୍ବର: ବିଧାନସଭାରେ ଆଜି ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ପରିତ ହୋଇଛି । ଖୁବଶୀଘ୍ର ୧୭୩୦ SI ଓ ASI ପଦ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଅନ୍ୟପଟେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ବୋଲି ଭିସି ଜରିଆରେ ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି । ମାଓବାଦୀ କାର୍ଯ୍ୟକଳାପ କମିଛି । ପୁଲିସ ବିଭାଗର ମାନବସମ୍ବଳ ବଢାଇବା ପାଇଁ ପ୍ରାଥମିକତା ଦିଆଯାଇଛି । ରାଜ୍ୟରେ ୧୭୩୦ ଏଏସଆଇ ଓ ଏସଆଇ ପଦବି ପୂରଣ ହେବ । ଏଥି ପାଇଁ ପ୍ରକ୍ରିୟା ଚାଲିଛି ।

ସେହିଭଳି ରାଜ୍ୟର ସବୁ ‌ପୁଲିସ ଷ୍ଟେସନରେ ସିସିଟିଭି ଲାଗିବ । ଏ ପର୍ଯ୍ୟନ୍ତ ୫୯୩ଟି ଥାନା ମଧ୍ୟରୁ ୫୮୪ଟି ଥାନାରେ ସିସିଟିଭି ଖଞ୍ଜା ଯାଇଛି । ପୁଲିସ ଥାନାଗୁଡ଼ିକୁ ‘ମୋ ସରକାର’ ସହିତ ଯୋଡ଼ା ଯାଇଛି । ଗତବର୍ଷ ଓଡ଼ିଶା ପୁଲିସର ବିଭିନ୍ନ ପଦବିରେ ୯୪୪ ଜଣଙ୍କୁ ନିଯୁକ୍ତି ମିଳିଛି । ଅର୍ଥନୈତିକ ଅପରାଧ ରୋକିବା ପାଇଁ ୧୫ଟି ସାଇବର ଥାନା ପ୍ରତିଷ୍ଠା କରାଯାଇଛି । ଟ୍ରାନ୍ସଜେଣ୍ଡରମାନଙ୍କୁ ଏସଆଇ ପଦବିରେ ନିଯୁକ୍ତି ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପଞ୍ଚାୟତ, ପୌର ନିର୍ବାଚନ ଓ ମାଓ ଇଲାକାରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରାଯାଇଛି । ପୁରୀରେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି । ୨ ବର୍ଷ ପରେ ସାଧାରଣ ଭକ୍ତି ପୁରୀ ରଥଯାତ୍ରାରେ ସାମିଲ ହୋଇଥିଲେ । ବ୍ୟାପକ ପୁଲିସ ମୁତୟନ ଯୋଗୁଁ ମହାପ୍ରଭୁଙ୍କ ରଥଯାତ୍ରା ଶୃଙ୍ଖଳିତ ହୋଇପାରିଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details