ଓଡିଶା

odisha

ଡରାଇଲାଣି କୋରୋନା; ଆଜି 170 ନୂଆ ପଜିଟିଭ

By

Published : Mar 24, 2021, 1:48 PM IST

Updated : Mar 24, 2021, 2:11 PM IST

ରାଜ୍ୟରେ ପୁଣି କୋରୋନା କାୟା ବିସ୍ତାର କଲାଣି । ଆଜି 170 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି 170 ନୂଆ ପଜିଟିଭି
ଆଜି 170 ନୂଆ ପଜିଟିଭି

ଭୁବନେଶ୍ବର:ପୁଣି ଡରାଇଲାଣି କୋରୋନା । କିଛି ଦିନ ହେବ ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ ପୁଣି ଶହେ ପାର ହୋଇଛି କୋରୋନା ସଂକ୍ରମଣ । ଆଜି ରାଜ୍ୟରେ ମୋଟ 170ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 99ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ 71ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ନୂଆପଡାରୁ ସର୍ବାଧିକ 27ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ 2ଜଣ, ବାଲେଶ୍ବରରୁ 7ଜଣ, ବରଗଡରୁ 2ଜଣ, ଭଦ୍ରକରୁ 1, ବଲାଙ୍ଗୀରିରୁ 5ଜଣ,କଟକରୁ 23ଜଣ, ଦେଓଗଡରୁ 3ଜଣ, ଗଜପତିରୁ 1,ଗଞ୍ଜାମରୁ 1, ଯାଜପରରୁ 5ଜଣ, ଝାରସୁଗୁଡାରୁ 7ଜଣ, କଳାହାଣ୍ଡିରୁ 8ଜଣ, କେନ୍ଦ୍ରାପଡାରୁ 1, କେନ୍ଦୁଝରରୁ 2ଜଣ, କୋରାପୁଟରୁ 2ଜଣ, ଖୋର୍ଦ୍ଧାରୁ 23ଜଣ, ମୟୂରଭଞ୍ଜରୁ 8ଜଣ, ନୂଆପଡାରୁ 27ଜଣ, ପୁରୀରୁ 4ଜଣ, ରାୟଗଡାରୁ 2ଜଣ, ସମ୍ବଲପୁରରୁ 7ଜଣ,ସୁନ୍ଦରଗଡରୁ 22ଜଣ, ସୋନପୁରରୁ 1 ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୋଲରୁ 6ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁ୍ଦ୍ଧା 339246ଜଣ କୋରୋନା ସଂକ୍ରମିତ ରହିଛନ୍ତି । ଏବେ ରାଜ୍ୟରେ 1008ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନାରୁ 336266ଜଣ ସୁସ୍ଥ ହୋଇଛନ୍ତି । କୋରୋନାକୁ ବର୍ଷେ ପୂରଣ ହୋଇଛି ହେଲେ ଏବେ ବି ବିପଦ ଟଳିନାହିଁ । ରଜ୍ୟରେ ପୁଣି ଏପରି ସଂକ୍ରମଣ ବୃଦ୍ଧି ସରକାରଙ୍କ ଚିନ୍ତାର କାରଣ ପାଲଟିଛି । ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 24, 2021, 2:11 PM IST

ABOUT THE AUTHOR

...view details