ଭୁବନେଶ୍ବର:ରାଜ୍ୟରେ କମୁଛି ସଂକ୍ରମଣ ହେଲେ ବଢୁଛି ମୃତ୍ୟୁ ସଂଖ୍ୟା । ଆଜି ପୁଣି 17 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଆଜକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା 1410ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
କଟକରେ 63 ବର୍ଷର ଓ 67 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ମୟୂରଭଞ୍ଜରେ 58 ବର୍ଷ ଓ 66 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ସମ୍ବଲପୁରରେ 45 ବର୍ଷର ପୁରୁଷ ଓ 74 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି । ବରଗଡରେ 63 ବର୍ଷ ଓ 57 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ବରରେ 69 ବର୍ଷ ଓ 74 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଛି ।