ଓଡିଶା

odisha

By

Published : Oct 5, 2020, 11:49 AM IST

ETV Bharat / city

ପୁଣି କୋରୋନା ନେଲା 17 ଜୀବନ

ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ବୃଦ୍ଧି ପାଉଥିବା ବେଳେ 24 ଘଣ୍ଟାରେ 17 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ପୁଣି କୋରୋନା ନେଲା 17 ଜୀବନ
ପୁଣି କୋରୋନା ନେଲା 17 ଜୀବନ

ଭୁବନେଶ୍ବର: ରାଜ୍ୟରେ ପୁଣି କୋରୋନା ନେଲା 17 ଜୀବନ। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 924ରେ ପହଞ୍ଚିଛି।

17 ଜଣ ମୃତକଙ୍କ ମଧ୍ୟରେ ଅନୁଗୋଳର 40 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବାବେଳେ ବାଲେଶ୍ୱରରେ 58 ବର୍ଷର ପୁରୁଷ ଓ 35 ବର୍ଷର ପୁରୁଷ ମୃତ୍ୟୁବରଣ କରିଛନ୍ତି। ସେହିପରି ଭାବରେ ଭୁବନେଶ୍ୱରରେ 2 ଜଣ 78 ଓ 60 ବର୍ଷ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ବୌଦ୍ଧରେ 64 ବର୍ଷର ଓ 44 ବର୍ଷର ପୁରୁଷ, କଟକରେ 38 ବର୍ଷର ପୁରୁଷ, 60 ବର୍ଷର ମହିଳା ଓ 85 ବର୍ଷର ପୁରୁଷଙ୍କ, କେନ୍ଦୁଝରରେ 45 ବର୍ଷର ପୁରୁଷ, ନବରଙ୍ଗପୁରରେ 45 ବର୍ଷର ପୁରୁଷ, ପୁରୀରେ 3 ଜଣ 75, 62 ବର୍ଷ ଓ 40 ଆକ୍ରାନ୍ତ, ରାୟଗଡାରେ 45 ବର୍ଷର ମହିଳା, ସୁନ୍ଦରଗଡର 67 ବର୍ଷ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details