ଭୁବନେଶ୍ବର: ବୁଧବାର ରାଜ୍ୟରେ ସର୍ବାଧିକ 1621 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର ଅଟେ। ରାଜ୍ୟରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଫଳରେ ରାଜ୍ୟରେ 46 ହଜାର ଛୁଇଁଛି ସୁସ୍ଥ ସଂଖ୍ୟା ।
ରାଜ୍ୟରେ ସୁସ୍ଥ ସଂଖ୍ୟା 46 ହଜାର ପାର ହୋଇଛି । 29ଟି ଜିଲ୍ଲାର ଆଜି 1621 ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସ୍ଵସ୍ଥ ସଂଖ୍ୟା 46, 935 ହୋଇଛି । ଗଞ୍ଜାମରେ ସର୍ବାଧିକ ସୁସ୍ଥ 324 ହୋଇଥିବାବେଳେ ଖୋର୍ଦ୍ଧାରେ 265, ଗଜପତିରେ 127, କଟକରେ 110, ପୁରୀରେ 85, କୋରାପୁଟରେ 69, ନୂଆପଡା ରେ 68, ବାଲେଶ୍ୱରରେ 66, ନୟାଗଡରେ 62, ବରଗଡରେ 54, କଳାହାଣ୍ଡିରେ 43, ସୁନ୍ଦରଗଡରେ 41, କନ୍ଧମାଳରେ 35 ମାଲକାନଗିରିରେ 33 ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ସୁସ୍ଥ ହେଲେ 1621 କୋଭିଡ ଆକ୍ରାନ୍ତ - ସୁସ୍ଥ ହେଲ 1621 କୋଭିଡ ଆକ୍ରାନ୍ତ
ବୁଧବାର ରାଜ୍ୟରେ ସୁସ୍ଥ ହେଲେ 1621 ଆକ୍ରାନ୍ତ । ରାଜ୍ୟରେ ଆଜିର ସୁସ୍ଥ ସଂଖ୍ୟା ନୂଆ ରେକର୍ଡ ସୃଷ୍ଟି ହୋଇଛି । ଫଳରେ ରାଜ୍ୟରେ 46 ହଜାର ଛୁଇଁଛି ସୁସ୍ଥ ସଂଖ୍ୟା । ଅଧିକ ପଢନ୍ତୁ..
![ରାଜ୍ୟରେ ସୁସ୍ଥ ହେଲେ 1621 କୋଭିଡ ଆକ୍ରାନ୍ତ ରାଜ୍ୟରେ ସୁସ୍ଥ ହେଲ 1621 କୋଭିଡ ଆକ୍ରାନ୍ତ](https://etvbharatimages.akamaized.net/etvbharat/prod-images/768-512-8482467-thumbnail-3x2-covid.jpg)
ରାଜ୍ୟରେ ସୁସ୍ଥ ହେଲେ 1621 କୋଭିଡ ଆକ୍ରାନ୍ତ
ସେହିପରି ଯାଜପୁରରେ 32, ଢେଙ୍କାନାଳରେ 25, କେନ୍ଦ୍ରାପଡାରେ 23, ଭଦ୍ରକ ଓ ବଲାଙ୍ଗୀରରେ 22 ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରେ 21 ଝାରସୁଗୁଡ଼ାରେ 20, ରାୟଗଡାରେ 18, କେନ୍ଦୁଝରରେ 17, ସମ୍ବଲପୁରରେ 14, ବୌଦ୍ଧରେ 11, ନବରଙ୍ଗପୁରରେ 8, ଜଗତସିଂହପୁରରେ 3, ସୋନପୁରରେ 2 ଓ ଅନୁଗୋଳରେ 1 ଜଣେ ସୁସ୍ଥ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ